fbpx

ପୁଣି ସରକାର ଆଣିପାରନ୍ତି ବିବାଦୀୟ କୃଷି ଆଇନ!: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଇସାରା

ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଶୁକ୍ରବାର କହିଛନ୍ତି କୃଷି କ୍ଷେତ୍ରରେ ଦେଶରେ ସବୁଠୁ କମ୍ ନିବେଶ ମିଳିଛି । ନାଗପୁରରେ ଏକ ସମାରୋହରେ ଯୋଗଦେବା ଅବସରରେ ସେ କହିଛନ୍ତି କୃଷି ସୁଧାର ଆଇନକୁ ପ୍ରତ୍ୟାହାର କରି ମଧ୍ୟ ସରକାର ନିରାଶ ହୋଇନାହଁନ୍ତି । କୃଷକଙ୍କ ହିତ ପାଇଁ ସରକାର କୃଷି ଆଇନ ପୁଣି ଆଣିବେ । ସେ ଆହୁରି କହିଥିଲେ । ସରକାର କୃଷକଙ୍କ ଉନ୍ନତି କୃଷି ସଂଶୋଧନ ଆଇନ ଆଣିଥିଲେ । କିନ୍ତୁ କିଛି ଲୋକଙ୍କୁ ଏହା ପସନ୍ଦ ଆସିନଥିଲା । ସେ କହିଥିଲେ ଏହି କୃଷି ସୁଧାର ସ୍ୱାଧୀନତା ପରେ ପ୍ରାୟ ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆସିଥିବା ସବୁଠୁ ବଡ଼ ସୁଧାର ।

ସେ କହିଛନ୍ତି ସରକାର ସରକାର କୃଷି ଆଇନ ପ୍ରତ୍ୟାହାର ନିଶ୍ଚୟ କରିଛନ୍ତି । କିନ୍ତୁ ଆଗାମୀ ସମୟରେ କୃଷକଙ୍କ ଉନ୍ନତି ପାଇଁ ଆଗକୁ ଆସିବେ । କାରଣ କୃଷକ ଭାରତର ମେରୁଦଣ୍ଡ । କୃଷି କ୍ଷେତ୍ରରେ ବଡ଼ ମାତ୍ରାରେ ନିବେଶର ଆବଶ୍ୟକତା ରହିଛି ।

ସେ କହିଛନ୍ତି ଗାଁ ମାନଙ୍କରେ ଗୋଦାମ ତଥଶ ଶୀତଳ ଭଣ୍ଡାର ନାହିଁ ଏଥିପାଇଁ ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ପ୍ରାରମ୍ଭିକ ଭାବରେ ନିବେଶ ସହ ପଶୁପାଳନ, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ, ହର୍ବାଲ ଚାଷ ଭଳି ସହଯୋଗୀ କ୍ଷେତ୍ରଗୁଡ଼ିକରେ ୧.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ ପାଇଁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.