fbpx

ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଗତକାଲି କରୋନା ଭାଇରସକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ହୋଲି ଖେଳିବେନି ବୋଲି ସୂଚନା ମିଳିଥିଲା । କୌଣସି ହୋଲି ଉତ୍ସବରେ ସେ ଯୋଗ ଦେବେ ନାହିଁ । କରେନା ସତର୍କତା ନେଇ କୌଣସି ଉତ୍ସବରେ ସେ ଯୋଗ ଦେବେ ନାହିଁ । କରୋନା ସତର୍କତା ଓ ଜନସଚେତନତା ସୃଷ୍ଟି ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.