fbpx

ଠିଆ ହୋଇଥିବାବେଳେ ମାଡ଼ିଗଲା କାର୍, ୩ ମୃତ

ଜଳେଶ୍ୱର: ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍ । ଘଟଣା ସ୍ଥଳରେ ତିନି ଜଣକ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଥିବା ସୂଚନା । ଆଉ ୩ ଗୁରୁତରଙ୍କୁ ହସ୍ପିଟାଲ ଭର୍ତ୍ତିକରାଯାଇଛି ।

ସୂଚନାଅନୁଯାୟୀ, ସୋମବାର ସନ୍ଧ୍ୟାରେ ୫୭ ନମ୍ବର ଜାତୀୟ ରାଜପଥ ନଗୁଆଁ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ୬ ଜଣକୁ ଏକ କାର ପଛପଟୁ ଧକ୍କା ଦେଇଥିଲା । ଫଳରେ ୩ ଜଣକ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ଜଣେ ଛୋଟ ପିଲା ରହିଛି । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି, ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.