fbpx

୧୯ ବର୍ଷରୁ କମ ଚାମ୍ପିୟନ୍ସ ଟ୍ରଫି: ଆଫଗାନିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଳୀ: ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜିତ ହେବା ପରେ ବିଜୟ ହାସଲ କରିଛି ଭାରତ । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୫୯ ରନ କରିଥିବା ବେଳେ ଭାରତ ୬ ୱିକେଟ ହରାଇ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ହରନୁର ସିଂ ସର୍ବାଧିକ ୬୫ ରନ କରିଥିଲେ ।

ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ଇଜାଜ ଅହମଦ୍ ଅହମଦଜାଇ ସର୍ବାଧିକ ୮୬ ରନ କରିଥିବା ବେଳେ ଅଧିନାୟକ ସୁଲିମାନ ସାଫି ୭୩ ରନ କରିଥିଲେ । ଇଜାଜ ୬୮ ବଲ ଖେଳି ୧ ଚୌକା ଓ ୭ ଛକା ମାରିଥିଲେ । ଭାରତ ପକ୍ଷରୁ କୌଶଲ ତାମ୍ବେ, ଭିକି ଓସ୍ତୱାଲ, ରାଜ ବାୱା ଓ ହଙ୍ଗରଗେକାର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ୧୦ ବଲ ବାକି ଥାଇ ୬ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା । ହରନୁର ସର୍ବାଧିକ ୬୫ ରନ କରିଥିବା ବେଳେ ରାଜ ବାୱା ୪୩ ରନ କରିଥିଲେ । କୌଶଲ ତାମ୍ବେ ଅପରାଜିତ ୩୫ ରନ କରି ଦଳକୁ ବିଜୟୀ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ନୁର ମହମ୍ମଦ ୪୩ ରନ ଦେଇ ୪ ୱିକେଟ ନେଇଥିଲେ ।

Get real time updates directly on you device, subscribe now.