ଭଦ୍ରକ, (ଭାସ୍କର ନ୍ୟୁଜ୍): ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ପର୍ବ ଜୋର ଧରିଥିବାବେଳେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୧ ତାରିଖ ସକାଳ ୬ଟାରୁ ଜାନୁଆରୀ ୨ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ । ଅନ୍ୟପକ୍ଷରେ ମନ୍ଦିର ଓ ପୀଠ ପରିସରରେ ଏହି ୩ ଦିନ ପାଇଁ ୧୪୪ ଧାରା ଜାରି ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।