fbpx

ଦ୍ୱିତୀୟ ଇନିଂସରେ ଭାରତ ୧୭୪ ରନ୍‌ରେ ଅଲ୍‌ଆଉଟ୍‌: ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନ୍‌ର ଟାର୍ଗେଟ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ

ସେଞ୍ଚୁରିୟନ(ଦକ୍ଷିଣ ଆଫ୍ରିକା): ସ୍ଥାନୀୟ ସୁ ର ସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥବ ଟେଷ୍ଟ କ୍ରିକେଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲରଙ୍କୁ ସଠିକ ମୁକାବିଲା କରିବାରେ ବିଫଳ ହୋଇ ୧୭୪ ରନରେ ଅଲ ଆଉଟ ହୋଇ ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପାଇଁ ୩୦୫ ରନ ବିଜୟ ଟାର୍ଗେଟ ଧାର୍ଯ୍ୟ କରିଛି । ଦକ୍ଷିଣ ଆଫ୍ରିକା ପୁଣି ଦ୍ୱିତୀୟ ଇନିଂସ ଆରମ୍ଭ କରି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ କରିଛି ୯୪ ରନ ।

ସୂଚନା ଯୋଗ୍ୟ ଯେ ଭାରତ ପ୍ରଥମ ଇନିଂସରେ ୩୨୭ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା କରିଥିଲା ୧୯୭ ରନ । ତେବେ ଭାରତ ପ୍ରଥମ ଇନିଂସରେ ୧୩୦ ରନରେ ଅଗ୍ରଣୀ ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କରି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ ହରାଇ କରିଥିଲା ୧୬ ରନ । ପ୍ରଥମ ଇନିଂସ ପରି ଭାରତ ଦ୍ୱିତୀୟ ଇନିଂସରେ ଭଲ ସ୍କୋର କରିବ ବୋଲି ଅନୁମାନ କରା ଯାଉଥିଲା । ମାତ୍ର ପ୍ରତିପକ୍ଷ ବୋଲରଙ୍କୁ ଭାରତର କୌଣସି ବ୍ୟାଟ୍ସମ୍ୟାନ ସହଜରେ ମୁକାବିଲା କରି ପାରିଲେ ନାହିଁ । ଗତକାଲି ଓପନର ମୟଙ୍କ ଅଗ୍ରୱାଲ ୪ ରନ କରି ଆଉଟ ହୋଇ ଥିବା ବେଳେ ଚତୁର୍ଥ ଦିନ ପ୍ରଥମ ଇନିଂସର ଶତକ ହାସଲକାରୀ କେଏଲ ରାହୁଲ ୨୩,ଶାର୍ଦ୍ଦୁଳ ଠାକୁର ୧୦, ଚେତେଶ୍ୱର ପୂଜାରା ୧୬ ଓ ଅଧିନାୟକ ବିରାଟ କୋହଲି ୧୮ ରନ କରି ଆଉଟ ହୋଇଥିଲେ ।

ସେହିପରି ଅନ୍ୟତମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ୨୦ ,ୱିକେଟ କି ର ରିଷଭ ପନ୍ତ ସର୍ବାଧିକ ୩୪ ଓ ରବିଚନ୍ଦ୍ରନ ଅଶ୍ୱିନ ୧୪ ରନ କରି ଆଉଟ ହେବା ପରେ ଭାରତ ୧୭୪ ରନରେ ସୀମିତ ହୋଇ ଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଫାଷ୍ଟ ବୋଲର କାଗିସୋ ରାବାଡା ଓ ମାର୍କୋ ଜେନସେନ ପ୍ରତ୍ୟେକ ୪ ଲେଖାଏଁ ୱିକେଟ ଅକ୍ତିଆର କରି ଭାରତ ପାଇଁ ବିଦ ସୃଷ୍ଟି କରିଥିଲେ । ସେହିରି ପ୍ରଥମ ଇନିଂସରେ ୬ ୱିକେଟ ହାସଲ କରିଥିବା ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର ଲୁଙ୍ଗି ଏନଗିଦି ୩୧ ରନ ବିନିମୟରେ ଅବଶିଷ୍ଟ ୨ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.