fbpx

ରାଜଧାନୀରେ ଚାଲିଥିଲା ଚୋରା ମଦ କାରବାର: ଚଢ଼ାଉ ବେଳେ ୧୨ ଲିଟର ମଦ ଜବତ, ୨ ଗିରଫ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ ବାରଙ୍ଗ ପୋଲିସ ଚଢାଉ କରି ବେଆଇନ ଚୋରା ଦେଶୀ ମଦ ଜବତ କରିଛି । ଚଢାଉ ସମୟରେ ୧୨ଲିଟର ମଦ ଜବତ କରିଥିଲା । କାରବାର ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବାରଙ୍ଗ ପୋଲିସ ସେହି ଗ୍ରାମର ଏକ ନିର୍ଜନସ୍ଥାନରେ ଚୋରା କାରବାର ହେଉଥିବା ଘଟଣା ସ୍ଥଳରେ ଚଢାଉକରି ୧୨ଲିଟର ଦେଶୀ ମଦ ଜବତ କରିବା ସହିତ କାରବାର କରୁଥିବା ଚୋରା ବେପାରୀ ସଞ୍ଜୟ ବେହେରା (୨୫) ଗିରଫ କରିଥିଲେ ।

ସେହିପରି କ୍ରମାଗତ ଭାବରେ ବାରଙ୍ଗ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଡିସାହି ଗ୍ରାମରେ ଚଢାଉକରି ମଦ ବେପାରୀ ମାଧବ ବେହେରା(୫୨) ଗିରଫ କରିବା ସହିତ ତାନିକଟରୁ ୧୨ଲିଟର ଦେଶୀମଦ ଜବତ କରିଥିଲା । ଗୁରୁବାର ଦିନ ପୃଥକ ପୃଥକ ମାମଲା ରୁଜୁ କରି ଆସାମୀ ଦୁଇ ଜଣକୁ କୋର୍ଟଚାଲାଣ କରିଛି ବୋଲି ବାରଙ୍ଗ ଆଈଆଈସି ଆକାଶ ଚନ୍ଦ୍ର ରଣାଙ୍କ ଠାରୁ ସୂଚନା ମିଳିଛି । ଏହିପରି ଚଳିତ ମାସ ଶେଷ ୧୦ଦିନ ମଧ୍ୟରେ ବାରଙ୍ଗ ପୁଲିସ ବାରଙ୍ଗର ବିଭିନ୍ନ ଅଞ୍ଚଳରୁ ଚୋରା ମଦ ବିକ୍ରି କରୁଥିବା ୭ଜଣ ଅଭିଯୁକ୍ତକୁ ଗୀରଫ କରି କୋର୍ଟଚାଲାଣ କରିଛି ।

 

Get real time updates directly on you device, subscribe now.