fbpx

ଭୁଲରେ ୭୫ ହଜାର ଗ୍ରାହକଙ୍କ ଖାତାକୁ ଚାଲିଗଲା ୧୩୦୩ କୋଟି ଟଙ୍କା, ଆଦାୟ କରିବା ବେଳକୁ ବ୍ୟାଙ୍କ୍ କର୍ମଚାରୀ ହଟହଟା

ନୂଆଦିଲ୍ଲୀ: ବ୍ରିଟେନରେ ସେଣ୍ଟେଣ୍ଡର୍ ବ୍ୟାଙ୍କ କ୍ରିସମସ୍ ରେ ନିଜର ଗ୍ରାହକଙ୍କୁ ଭୁଲରେ ୧୩ କୋଟି ପାଉଣ୍ଡ ଅର୍ଥାତ୍ ୧୩୦୩ କୋଟି ଟଙ୍କା ଜମା କରିଦେଇଛି । ଏହି ଟଙ୍କା ପ୍ରାୟ ୭୫ ହଜାର ଗ୍ରାହକଙ୍କ ଖାତାକୁ ଚାଲିଯାଇଛି । ଏଥିରୁ କିଛି ଗ୍ରାହକ କ୍ରିସମସ୍ ବୋନସ୍ ଭାବି ଟଙ୍କାକୁ ଖର୍ଚ୍ଚ କରିଦେଇଥିବା ଆଶଙ୍କା କରାଯାଉଛି । ଏବେ ବ୍ୟାଙ୍କ୍ କୁ ଏତେ ପରିମାଣରେ ଟଙ୍କା ଗ୍ରାହକଙ୍କୁ ଠାରୁ ଆଦାୟ କରିବା ମୁସ୍କିଲ୍ ହୋଇପଡ଼ିଛି ।

ସୂଚନା ଯେ, କ୍ରିସମସ୍ ରେ ସେଣ୍ଟେଣ୍ଡର୍ ବ୍ୟାଙ୍କ ୨ହଜାର କମ୍ପାନୀର ଏହି ଗ୍ରାହକଙ୍କୁ ନିୟମିତ ଦେୟ ଦେବାକୁ ଯାଉଥିଲା । ଭୁଲରେ ଏହି ଦେୟ ଦୁଇଥର ହୋଇଗଲା । ପ୍ରଥମ ଥର ଟଙ୍କା ସମ୍ପନ୍ଧିତ କମ୍ପାନୀର ଖାତାରୁ କଟିଥିଲା ଓ ଦ୍ୱିତୀୟ ଥର ଖୋଦ୍ ସେଣ୍ଟେଣ୍ଡର୍ ବ୍ୟାଙ୍କର କୋଷରୁ ଟଙ୍କା ଚାଲିଗଲା ।

ତେବେ ବ୍ରିଟେନରେ ଚୋରୀ ଅଧିନିୟମ ୧୯୬୮ ଅନୁସାରେ, କୌଣସି ଗ୍ରାହକଙ୍କ ଖାତାକୁ ଭୁଲରେ ଟଙ୍କା ଆସିଲେ ବ୍ୟାଙ୍କ ସେହି ଟଙ୍କାକୁ ଫେରାଇ ନେଇପାରିବେ । ଆଉ ଯଦି ଗ୍ରାହକ ଟଙ୍କା ନ ଫେରାନ୍ତି ତେବେ ତାଙ୍କୁ ସେମାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିପାରେ । ତେବେ ସଂପୃକ୍ତ ବ୍ୟାଙ୍କର ପ୍ରାୟ ୧.୪୦ କୋଟି ଗ୍ରାହକ ରହିଛନ୍ତି ।

Get real time updates directly on you device, subscribe now.