ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଆଇପିଏସ ଅଫିସରଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବା ବେଳେ ଆଜି ବଦଳି କରାଯାଇଛି । ନୀତି ଶେଖରଙ୍କୁ ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୦୭ ବ୍ୟାଚର ଆଇପିଏସ ଅଫିସର ନୀତି ଶେଖରଙ୍କୁ କଟକ-ଭୁବନେଶ୍ୱରର ଅତିରିକ୍ତ କମିଶନର ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଅତିରିକ୍ତ କମିଶନର ରହିଥିବା ରେଖା ଲୋହାନୀଙ୍କୁ ମଧ୍ୟ ବଦଳି କରାଯାଇଛି ।
ମହିଳା ଶିଶୁ ଅପରାଧୀ ୱିଙ୍ଗର ଅତିରିକ୍ତ ପୋଲିସ କମିଶନର ଭାବରେ ଲୋହାନୀଙ୍କ ବଦଳି କରାଯାଇଛି । ନୀତି ଶେଖରଙ୍କ ପରି ଲୋହାନୀ ମଧ୍ୟ ୨୦୦୭ ବ୍ୟାଚର ଆଇପିଏସ ଥିଲେ । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଜଣ ଆଇପିଏସ ଅଧିକାରୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା ।