ଏହି ଜାତିର ମହିଳାମାନେ କରିଥାନ୍ତି ଏକାଧିକ ପୁରୁଷଙ୍କୁ ବିବାହ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଦୁନିଆର କୋଣ ଅନୁକୋଣରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି । ତେବେ ସମସ୍ତଙ୍କର ରୀତିନୀତି, ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏପରି ଏକ ଜାତିର ଲୋକମାନେ ଭାରତର ମେଘାଳୟର ବିଭିନ୍ନ ଅଞ୍ଚଳରେ ବସବାସ କରନ୍ତି । ଖାସି ଜାତିର ମହିଳାମାନେ ଏକାଧିକ ପୁରୁଷଙ୍କୁ ବିବାହ କରିବାର ପରମ୍ପରା ରହିଛି । ଏମାନଙ୍କ କ୍ଷେତ୍ରରେ ମହିଳାମାନଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଏ । ପରିବାରର ସମ୍ପତ୍ତି ମା’ଙ୍କ ନାମରେ ରହିବା ସହ ତାଙ୍କର ମୃତ୍ୟୁ ପରେ ଝିଅମାନଙ୍କୁ ତାହା ଦିଆଯାଇଥାଏ ।

– ଖାସି ଜାତିର ମହିଳାମାନେ ଏକାଧିକ ପୁରୁଷଙ୍କ ବିବାହ କରିବା ସହ ବିବାହ ପରେ ପୁରୁଷମାନେ ଶାଶୁଘରେ ରହିଥାନ୍ତି । ନିକଟରେ କିଛି ପୁରୁଷ ଏହି ଆଇନକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେମାନେ ମହିଳାଙ୍କୁ ଅପମାନିତ କରିବାକୁ ଚାହୁଁନଥିବା ସ୍ଥଳେ କେବଳ ସମାନତା ପାଇଁ ଲଢ଼େଇ କରୁଥିବା ଜଣାପଡ଼ିଛି ।

– ପରିବାରରେ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କର ପ୍ରାଧାନ୍ୟ ରହିଥାଏ । ଘରେ ଝିଅଟିଏ ଜନ୍ମ ହେଲେ ଧୁମଧାମରେ ଉତ୍ସବ ମନାଯାଉଥିବା ବେଳେ ପୁଅ ଜନ୍ମକୁ ପ୍ରାଧାନ୍ୟ ଦିଆଯାଇନଥାଏ । ଏଠାକାର ମହିଳାମାନେ ବଜାର ଓ ଦୋକାନମାନଙ୍କରେ ମଧ୍ୟ କାର୍ଯ୍ୟ କରିଥାନ୍ତି ।

– କନିଷ୍ଠ କନ୍ୟାମାନେ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତିର ସର୍ବାଧିକ ଅଂଶ ପାଇଥାନ୍ତି । ଏହି କନ୍ୟାମାନେ ପିତାମାତାଙ୍କର ଯତ୍ନ, ସମ୍ପତ୍ତିର ଦେଖାଶୁଣା କରିବା ସହ ଅବିବାହିତ ଭାଇ ଭଉଣୀଙ୍କ ଭରଣପୋଷଣ କରିଥାନ୍ତି ।