fbpx

ବିଲେଇ କାମୁଡ଼ିବାକୁ ନେଇ ରକ୍ତ ସଂଘର୍ଷ, ୨ ମହିଳାଙ୍କ ସମେତ ୮ ଜଣ ଆହତ

ମେରଠ: ବିଲେଇ କାମୁଡ଼ିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ରକ୍ତ ସଂଘର୍ଷ ଦେଖିବାକୁ ମିଳିଛି । ଏହିଭଳି ଏକ ଘଟଣା ମେରଠର ଲିସାଡ଼ି ଅଞ୍ଚଳରୁ ସାମନାକୁ ଆସିଛି । ଏହି ସଂଘର୍ଷରେ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଗୁରୁତର ହୋଇଛନ୍ତି । ଦୁଇ ପକ୍ଷଙ୍କ ତରଫରୁ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି ।

ସୂଚନା ଅନୁସାରେ, ଲିସାଡିର ଶାଲୀମାର୍ ଗାର୍ଡେନ୍ ଗଳି-୫ ରେ ରଫିକ୍ ନାମକ ଜଣେ ବ୍ୟକ୍ତି ରୁହନ୍ତି । ସେ ନିଜ ଘରେ ୮ରୁ ୧୦ଟି ବିଲେଇ ପାଳିଛନ୍ତି । ଏହି ବିଲେଇଙ୍କ ମଧ୍ୟୁ ଗୋଟିଏ ବିଲେଇ ଉକ୍ତ ମହଲାର ଶାହଜାଦ୍ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ଆୟେଶାକୁ ୮ ଦିନ ପୂର୍ବରୁ ହମଲା କରିଥିଲା । ଏହାକୁ ଶାହଜାଦ୍ ଖୁବ୍ ବିରୋଧ କରିଥିଲେ । ତେବେ ରବିବାର ଦିନ ପୁଣିଥରେ ରଫିକ୍ ଙ୍କ ବିଲେଇ ଶାହଜାଦ୍ ଙ୍କ ଘରେ ପଶି ତାଙ୍କ ପତ୍ନୀ ସାୟମାଙ୍କୁ କାମୁଡ଼ି ଦେଇଥିଲା । ଯାହାଫଳରେ ସେ ଆହତ ହୋଇଥିଲେ ।

ଏହାପରେ ସାୟମା ଓ ତାଙ୍କ ପତ୍ନୀ ରଫିକଙ୍କ ଘରକୁ ଆସିଥିଲେ । ଅଭିଯୋଗ ହୋଇଛି ରଫିକ୍ ଙ୍କ ପୁଅ ସାଜିଶ, ଆବିଦ୍ ଓ ଆଜାଦ୍ ମିଶି ସାୟମାଙ୍କ ସହିତ ମାରପିଟ୍ କରିଛନ୍ତି । ଏହି ସମୟରେ ଝିଅ ଆୟଶାଙ୍କୁ ବି ମାଡ଼ ମରାଯାଇଥିବା କୁହାଯାଇଛି । ଏହି ସମୟରେ ମା-ଝିଅ ପଡୋଶୀ ରେ ରହୁଥିବା ସାବିରଙ୍କ ଘରେ ପଶିଯାଇଥିଲେ । ହେଲେ ଅଭିଯୁକ୍ତ ମାନେ ଦୁହିଁଙ୍କୁ ପଡୋଶୀଙ୍କୁ ଘରୁ ଟାଣି ଆଣି ବାହାରେ ମାରପିଟ୍ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ।

ତେବେ ଏହି ମାରପିଟ୍ ମଧ୍ୟରେ ରଫିକ୍ ଙ୍କ ପୁଅଙ୍କୁ ସୋସାଇଟି ରେ ରହୁଥିବା ଅନ୍ୟ ମାନେ ଆସି ରୋକିଥିଲେ ଓ ମାରିଥିଲେ ମଧ୍ୟ । ଆଉ ଏହି ପୂରା ଘଟଣାରେ ସାୟମା, ତାଙ୍କ ଝିଅ ଆୟଶାଙ୍କ ସମେତ ସୋସାଇଟିର ଦୁଇ ଜଣ ଯୁବକ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ ପକ୍ଷର ରଫିକ୍ ଙ୍କ ତିନି ଜଣ ପୁଅ ଆହତ ହୋଇଛନ୍ତି । ସମସ୍ତଙ୍କ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଦୁଇ ପକ୍ଷ ନିଜ ନିଜ ଉପରେ ଅଭିଯୋଗ ଲଗାଛଉଛନ୍ତି ।

Get real time updates directly on you device, subscribe now.