fbpx

ସପା ଏମଏଲସି ପୁଷ୍ପରାଜ ଜୈନଙ୍କୁ ଉଠାଇନେଲା ଆୟକର ବିଭାଗ

କାନପୁର: କନ୍ନୌଜର ପ୍ରସିଦ୍ଧି ଅତର ବ୍ୟବସାୟୀ ତଥା ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ ଓରଫ୍ ପମ୍ପି ଜୈନଙ୍କୁ ହେପାଜତକୁ ନେଇଛି ଆୟକର ବିଭାଗ । ସପା ଏମଏଲସିଙ୍କୁ ଆୟକର ବିଭାଗର କର୍ମଚାରୀ ନିଜ ସାଥିରେ କନ୍ନୌଜରୁ କାନପୁର ନେଇଛନ୍ତି । ଏହା ସହିତ କର୍ମଚାରୀମାନେ ନିଜ ସାଥିରେ ଅନେକ ଡକ୍ୟୁମେଣ୍ଟ ବ୍ୟାଗରେ ଭର୍ତ୍ତି କରି ନେଇଥିବାର ଦେଖିବାକୁ ମିଳିଥିଲା ।

ତେବେ ସପା ଏମଏଲସି ପୁଷ୍ପରାଜଙ୍କ ଘରେ ଗତ ୭୨ ଘଣ୍ଟାରୁ ଅଧିକ ସମୟ ଧରି ଆୟକର ବିଭାଗ ଚଢ଼ାଉ କରିଥିଲା । ସକାଳେ ଆୟକର ବିଭାଗର କିଛି ଅଧିକାରୀ ଓ ପୋଲିସ କର୍ମୀ ପୁଷ୍ପରାଜଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ସକାଳ ପ୍ରାୟ ୯ଟାରେ ଅଧିକାରୀମାନେ ପୁଷ୍ପରାଜଙ୍କୁ ନିଜ ସହିତ ନେଇଥିବାର ଦେଖିବାକୁ ମିଳିଥିଲା । କନ୍ନୌଜରେ ଜୈନଙ୍କ ଘର ଓ କାରଖାନାରେ ଏବେ ବି ପୋଲିସକର୍ମୀ ଉପସ୍ଥିତ ଅଛନ୍ତି । ୨୦୨୨ ବିଧାନସଭା ନିର୍ବାଚନ ଉପଲକ୍ଷେ ଗତ ମାସରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ପୁଷ୍ପରାଜ ଜୈନ୍‌ ପାମ୍ପି ‘ସମାଜବାଦୀ ଇତ୍‌ରା’ର ଶୁଭାରମ୍ଭ କରିଥିଲେ। ଅନ୍ୟପଟେ ବିଧାନସଭା ନିର୍ବାଚନ ଆସୁଥିବାରୁ ଟିକସ ଚଢ଼ାଉ କରି ଶାସକ ‘ବିଜେପି’ କେନ୍ଦ୍ରୀୟ ଏଜେନ୍‌ସିର ଅପବ୍ୟବହାର କରୁଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି।

Get real time updates directly on you device, subscribe now.