ନୂଆପଡ଼ା-ବରଗଡ଼ ରେଳ ଲାଇନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଡ଼ା ରୋଡ-ବରଗଡ଼ ରୋଡ ରେଳ ଲାଇନକୁ ମିଳିଛି ମଞ୍ଜୁରୀ । ଏନେଇ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖିଛନ୍ତି ରେଳ ମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୪୨ କିମି ଦୀର୍ଘ ରେଳ ଲାଇନକୁ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ୧୪୨ କିଲୋମିଟର ଲାଇନରେ ୧୪ଟି ଷ୍ଟେସନ ରହିବ ବୋଲି ସେ କହିଛନ୍ତି ।

ତେବେ ବରଗଡରୁ ନୂଆପଡାକୁ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପ ସଂକ୍ରାନ୍ତୀୟ ବିଧାନସଭାରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ । ୧୪୨ କିମି ଦୈର୍ଘ୍ୟ ଏହି ରେଳ ଲାଇନ ପାଇଁ ଓଡିଶା ରେଳ ଇନଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଏହାର ସର୍ଭେ ଚୂଡାନ୍ତ କରିସାରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନରେ ବହୁ ପ୍ରତୀକ୍ଷିତ ବରଗଡ– ନୂଆପଡା ରେଳ ଲାଇନ୍‌ର ବର୍ତ୍ତମାନ ସ୍ଥିତି ନେଇ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉତଥାପନ କରିଥିଲେ । ୧୪୨ କିଲୋମିଟର ଦୈର୍ଘ୍ୟ ବରଗଡ଼ –ନୂଆପଡ଼ା ପ୍ରସ୍ତାବିତ ରେଳ ଲାଇନ୍ ପାଇଁ ଓଡ଼ିଶା ସରକାର ଅଧୁଗୃହୀତ ହେବାକୁ ଥିବା ସମସ୍ତ ଜମିର ଖର୍ଚ୍ଚ ବହନ କରିବାକୁ ଦେଇଥିବା ପ୍ରତିଶ୍ରୁତିର ବର୍ତ୍ତମାନ ସ୍ଥିତି କ’ଣ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉତଥାପନ କରିଥିଲେ ।