fbpx

ଘରର ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ ମନି ପ୍ଲାଣ୍ଟ୍ ଗଛ, ଘରୁ ଚାଲିଯିବ ସୁଖ ସମୃଦ୍ଧି

ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ମାନେ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମନି ପ୍ଲାଣ୍ଟ ଗଛ ଲଗାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସାଧାରଣତଃ ଲୋକମାନନ୍ତି ଯେ, ଘରେ ମନି ପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମଧ୍ୟ ଏହି କଥାକୁ ଠିକ୍ ବୋଲି ଦର୍ଶାଯାଇଛି । ହେଲେ ଆପଣ ମାନେ କେବଳ ଗଛ ଆଣି ଲଗାଇଦେଲେ ହେବନି ବରଂ ଜାଣିବା ଦରକାର ଯେ, କେଉଁ ଦିଗରେ ଏହାକୁ ଲଗାଇଲେ ଫାଇଦା ମିଳିବ । ଭୁଲ ଦିଗରେ ଲଗାଇବା ଦ୍ୱାରା ଏହା ଓଲଟା ପ୍ରଭାବ ପକାଇବ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଭୁଲ୍ ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରକୁ ଟଙ୍କା ପଇସା ହାନି ଭଳି ପ୍ରଭାବ ପକାଇବ ଓ ସବୁବେଳେ କିଛି ନା କିଛି କ୍ଷତି ସହିବାକୁ ପଡ଼ିବ । ତେବେ ଏ ସମ୍ପର୍କରେ ଏହି ଖବର ମାଧ୍ୟମରେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ, କେଉଁ ଦିଗରେ ଏହାକୁ ଲଗାଇବା ଦରକାର । ମନି ପ୍ଲାଣ୍ଟ ଗଛ ଦେଖିବାକୁ ଯେତେ ଆକର୍ଷଣୀୟ ସେତେ ମନଲୋଭା ମଧ୍ୟ । ଗଛର ସୁଖ ସମୃଦ୍ଧି ପାଇଁ ଏହାକୁ ଲୋକମାନେ ଘରର ସାମନାରେ ଲଗାଇଥାନ୍ତି । ଏହା ଘରକୁ ପଜିଟିଭ୍ ଏନର୍ଜି ଯୋଗାଏ ଓ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ମଧ୍ୟ ଦେଇଥାଏ ।

ତେବେ ମନି ପ୍ଲାଣ୍ଟ ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଦରକାର । ଏହି ଦିଗରେ ଲଗାଇବା ଦ୍ୱାରା ଧମପ୍ରାପ୍ତି ହୋଇଥାଏ ଓ ସୁଖ ସମୃଦ୍ଧିରେ ବିକାଶ ଘଟେ । ଏହା ବ୍ୟତୀତ ଆପଣ ଭୁଲରେ ବି ପୂର୍ବ କିମ୍ବା ପୁର୍ବ ପଶ୍ଚିମ ଦିଗରେ ଏହି ଗଛକୁ ଲଗାନ୍ତୁ ନାହିଁ । ଏହା ଦ୍ୱାରା ନେଗେଟିଭ୍ ଏନର୍ଜି ଘରକୁ ପ୍ରବେଶ କରେ । ଏପରି କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ଦେଖାଦେଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଏହି ଗଛକୁ ଲଗାଇବା ଦରକାର ।

Get real time updates directly on you device, subscribe now.