ଅନଲାଇନ୍ ବିଷ ଅର୍ଡର୍ କରି ଯୁବକ କଲେ ଆତ୍ମହତ୍ୟା; ଫ୍ଲିପକାର୍ଟ ନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା, ପଢ଼ନ୍ତୁ ପୂରା ମାମଲା
ନୂଆଦିଲ୍ଲୀ: ଫ୍ଲିପକାର୍ଟ ନିର୍ଦ୍ଦେଶକ ପ୍ରବୀଣ ପ୍ରସାଦ, କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍ ମନି ଓ ଆଞ୍ଚଳିକ ପରିଚାଳକ ଅନୁଭବ ଶର୍ମାଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଅଭିଯୋଗ ପଛର କାରଣ ହେଲା ଜଣେ ଯୁବକ ଫ୍ଲିପକାର୍ଟରୁ ବିଷ ଅର୍ଡର କରି ଖାଇବା ପରେ ସୁଇସାଇଡ୍ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କୋର୍ଟର ଆଦେଶ ମୁତାବକ, ମସୁରୀ ପୋଲିସ୍ ଦର୍ଜ କରାଯାଇଥିବା ଏଫଆଇଆର୍ ରେ ଯୋଜନାବଦ୍ଧ ହତ୍ୟାର ଧାରା ଲଗାଇଛନ୍ତି ।
ସୂଚନା ଅନୁସାରେ, ମସୁରୀର ଅବଦୁଲ ୱାହିଦ୍ (୨୪) ହେଉଛନ୍ତି ଜଣେ କ୍ୟାବ୍ ଡ୍ରାଇଭର୍ । କରୋନା କର୍ଫ୍ୟୁ ସମୟରେ ତାଙ୍କ ରୋଜଗାର ଠପ୍ ହୋଇଯାଇଥିଲା । ଏହା ଫଳରେ ସେ ଡିପ୍ରେସନ୍ କୁ ଚାଲିଯାଇଥିଲେ । ଡିସେମ୍ବର ୨୫ ତାରିଖ ୨୦୨୧ରେ ଅନଲାଇନ୍ ରେ ସେ ବିଷ, କୀଟନାଶକ ଅର୍ଡର୍ କରି ଖାଇଦେଇଥିଲେ । ପ୍ରାଣ ବାୟୁ ଛାଡ଼ିବା ପୂର୍ବରୁ ସେ କହିଥିଲେ ଯେ, ବିଷ ସେ ଅନଲାଇନ୍ ରେ ଅର୍ଡର୍ କରିଛନ୍ତି ।
ତେବେ ତାର ରାପର୍ କ୍ୟାବ୍ ଭିତରୁ ମିଳିଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଥିଲେ । ତେବେ ତାଙ୍କ ପରିବାର ଲୋକେ ପୋଲିସ୍ ପାଖରେ ଷନଇ ଅଭିଯୋଗ କରିଥିଲେ । ହେଲେ ମାମଲା ରୁଜୁ ହୋଇନଥିଲା । ତେଣୁ କେସ୍ ଟି କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । କୋର୍ଟ ମାମଲା ରୁଜୁ କରିବା ନେଇ ଆଦେଶ ଦେଇଥିଲେ । ବର୍ତ୍ତମାନ ଏହା ଉପରେ ତଦନ୍ତ ଜାରି ରହିଛି ।