fbpx

ଟ୍ରକ୍ ଧକ୍କାରେ ୩ ପୋଲିସ୍ ମୃତ, ଦୁଇଜଣ ଆହତ

ପାଟନା: ମଙ୍ଗଳବାର ଦିନ ସକାଳୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ପୋଲିସ୍ ଗାଡ଼ିକୁ ହାଇୱା ଟ୍ରକ୍ ପଛରୁ ପିଟିବା ଫଳରେ ତିନି ଜଣ ପୋଲିସ୍ କର୍ମୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ବିହାରର ପାଟନା ଠାରେ । ହାଇୱା ଟି ନିୟନ୍ତ୍ରଣ ହରାଇ ପାଟ୍ରୋଲିଂ କରୁଥିବା ଏକ ପୋଲିସ୍ ଜିପ୍ ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଏହି ଦୁର୍ଘଟଣା ଘଟିଯାଇଛି । ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା କ୍ରମେ, ଜିପ୍ ରେ ମୋଟ ୫ ଜଣ ପୋଲିସ୍ କର୍ମୀ ରହିଥିଲେ । ହାଇୱା ଟି ପୋଲିସ୍ ଜିପ୍ ପଛରୁ ପିଟିବା ପରେ ଚଢ଼ିଯାଇଥିଲା । ଯାହାଫଳରେ ହାଇୱାଟି ମଧ୍ୟ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଜରିଆରେ ଖବର ପାଇ ଦମକଳ ଗାଡ଼ି ପହଞ୍ଚିଥିଲା । ତେବେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.