fbpx

୨୦ ବର୍ଷୀୟା ଯୁବତୀ ବିମାନରେ ଜନ୍ମଦେଲା ଏକ ନବଜାତ: ଟଏଲେଟରେ ଫୋପାଡ଼ିବା ପରେ କହିଲା ଛୁଆ ମୋର ନୁହେଁ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଏପରି ଖବରସବୁ ସାମ୍ନାକୁ ଆସୁଛି, ଯାହାକୁ ଦେଖିବା ପରେ ଯେ କେହି ବି ହତବାକ ହୋଇଯିବ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୂର୍ବ ଆଫ୍ରିକାରେ । ଗୋଟିଏ ୨୦ ବର୍ଷର ଝିଅ ବିମାନ ମଧ୍ୟରେ ଏକ ଶିଶୁକୁ ଜନ୍ମ ଦେଇଥିଲା । ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ମାତ୍ର କଥା ଏତିକିରେ ସରିନଥିଲା । ଝିଅଟି କହିଥିଲା, ଏ ଛୁଆଟି ମୋର ନୁହେଁ । ଏହା ପରେ ଆରମ୍ଭ ହୋଇଯାଇଥିବା ଯାଞ୍ଚ ପ୍ରକ୍ରିୟା ।

ରିପୋର୍ଟରୁ ଜଣାପଡ଼ିଛି ଯେ, ପୂର୍ବ ଆଫ୍ରିକାର ମେଡାଗାସ୍କରର ଜଣେ ୨୦ ବର୍ଷୀୟା ଯୁବତୀ ଏୟାର ମରିସସର ପ୍ଲେନରେ ଯାତ୍ରା କରୁଥିଲେ । ଗତ ୧ ତାରିଖରେ ସେ ସାର ସିଓସାଗୁର ରାମଗୁଲାମ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଓହ୍ଲାଇଥିଲେ । ତେବେ ଯୁବତୀଙ୍କୁ ଦେଖିବା ପରେ ଜଣେ ବିମାନ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଏହାପରେ ଏୟାରଫୋର୍ସ ଷ୍ଟାଫମାନେ ବାଥରୁମ ସହିତ ଅନ୍ୟ ସ୍ଥାନସବୁ ଚେକ୍ କରିଥିଲେ । ଏହାପରେ ସେମାନେ ବାଥରୁମରେ ଏକ ନବଜାତ ଶିଶୁ ପଡ଼ିଥିବାର ଦେଖିଥିଲେ । ଶିଶୁ ଦେହରେ ରକ୍ତ ଲାଗିଥିବା ସହ ଟଏଲେଟ ପେପର ଆଚ୍ଛାଦିତ ହୋଇ ରହିଥିଲା । ଏହାପରେ ସଙ୍ଗେସଙ୍ଗେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯିବା ପରେ ତା’ର ଅବସ୍ଥାରେ ସୁଧାର ଆସିଥିଲା । ତେବେ ଏନେଇ ଯେତେବେଳେ ଉକ୍ତ ମହିଳାଙ୍କୁ ଶିଶୁଟି କାହାର ବୋଲି ପ୍ରଶ୍ନ କରାଗଲା ସେ ସିଧାସଳଖ ମନା କରିଦେଇଥିଲେ । ପରେ ମେଡିକାଲ ଯାଞ୍ଚ କରିବା ପରେ ସତ୍ୟତା ପଦାକୁ ଆସିଥିଲା । ଏହି ମାମଲାରେ ପୋଲିସ ଉକ୍ତ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.