fbpx

ଖୋର୍ଦ୍ଧା ନାଇଜରରେ ୩୧ ଛାତ୍ରଛାତ୍ରୀଙ୍କୁ କରୋନା, ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): କରୋନା ମାମଲଶ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ନାଇଜରରୁ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା ହୋଇଛି । ଚିହ୍ନଟ ୩୧ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ୩୧ ପଜିଟିଭ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଏହା ସହିତ ନାଇଜରର ଏକ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ୩୨ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଂପୃକ୍ତ ହଷ୍ଟେଲକୁ ବାହାର ଲୋକଙ୍କ ପ୍ରବେଶ, ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି । ପୂରା ନାଇଜରକୁ ବିଶୋଧନ କରାଇଛି ଜଟଣୀ ପ୍ରଶାସନ । ଏନେଇ ଜଟଣୀ ହତସିଲଦାର ତପନ ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.