fbpx

ପାର୍ଟନର ସହିତ ଲାଗିଲେ ବୋଲି ମହିଳାଙ୍କୁ ଆକ୍ରମଣ କଲା ଜିରାଫ: ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ(Video)

ନୂଆଦିଲ୍ଲୀ: ୱାଇଲ୍ଡ ଆନିମଲକୁ ନେଇ ଇଣ୍ଟନେଟରେ ଅନେକ ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳେ । ଆଉ ସେଥବମଧ୍ୟରେ ଅନେକ ଇଣ୍ଟରେଷ୍ଟିଂ ହୋଇ ଥାଏ ଯାହା ଆମ ମନକୁ ଛଇଁଥାଏ । ଆଉ କିଛି ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏଭଳି ବି କିଛି ଭିଡିଓ ମଜାଳିଆ ଥାଏ ଯାହା ଆମେ ଦେଖିବା ମାତ୍ରେ ହିଁ ହସ କଣ୍ଟ୍ରୋଲ କରିପାରିନଥାନ୍ତି । ସେହିପରି ଏକ ଭିଡିଓ ଭାଇରାଲ ହୋଇଛି ଆପଣ ଦେଖିଲେ ହୁଏତ ଆପଣଙ୍କ ହସ ରୋକିପାରିବେନି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ମହିଳା ଜିରାଫ ସହିତ ମଜା କରୁଥିବାର ନଜର ଆସିଛନ୍ତି । ମହିଳା ଭାବନ୍ତି ଯେ ଜିରାଫ ତାଙ୍କୁ କିଛି କରିବନି । କିନ୍ତୁ ମହିଳା ଜଣକୁ ଗୋଟିଏ ଜିରାଫମୁ ଛୁଇଁବା ମାତ୍ରେ ଅନ୍ୟଟି ମହିଳାଙ୍କୁ ଆକ୍ରମଣ କରୁଛି । ତେବେ ଏହି ଭିଡିଓଟିକୁ ହୋଟେଲସ ଆଣ୍ଡ ରିସୋର୍ଟ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଯାହାକି ଖୁବ ଶୀଘ୍ର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

Get real time updates directly on you device, subscribe now.