fbpx

କ୍ରିପଟୋକରେନ୍ସିରେ ୧୨୦୦ କୋଟିର ଠକେଇ: ୩୧ ବର୍ଷୀୟ ଯୁବକ ମାଷ୍ଟର ମାଇଣ୍ଡ, ରାଡାରରେ ମାଲାୟଲମ ଷ୍ଟାର

ନୂଆଦିଲ୍ଳୀ: ଫେକ୍ କ୍ରିପଟୋକରେନ୍ସି ଜରିଆରେ ୧୨୦୦ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଏହା ପଛରେ ୩୧ ବର୍ଷୀୟ ଯୁବକ ରହିଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ସମସ୍ତେ କ୍ରିପଟୋ କରେନ୍ସି ପାଇଁ ଆଗ୍ରହୀ ରହିଥିବା ବେଳେ ଏହା ନାମରେ ୧୨୦୦ କୋଟି ଟଙ୍କାର ଠକେଇ ହୋଇ ଯାଇଛି । ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୯୦୦ ଲୋକଙ୍କ ନିକଟରୁ ଏହି ଟଙ୍କା ଠକା ଯାଇଛି । ଏହି ଠକେଇକୁ ନେଇ ଇଡି ପକ୍ଷରୁ ଦେଶର ଏକାଧିକ ସ୍ଥାନରେ ଚଢାଉ କରାଯାଇଛି । ୩୧ ବର୍ଷୀୟ ଯୁବକକୁ ଏହି ଠକେଇ ପଛର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେଳେ ସେ ବର୍ତ୍ତମାନ ଦେଶ ଛାଡି ପଳାୟନ କରିଛି ।

ଏହି ଘଟଣାକୁ ନେଇ ମାଲାୟଲମ ଷ୍ଟାର ଉନ୍ନି ମୁକୁନ୍ଦନଙ୍କ ଘରେ ଚଢାଉ କରାଯାଇଥିବା ଜଣାପଡିଛି । ମୁକୁନ୍ଦନ ଏହି ଘଟଣାରେ ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି । ୨୦୨୦ରେ ଲକଡାଉନ ମଧ୍ୟରେ ଏହି କଏନ ଲଞ୍ଚ କରାଯାଇଥିଲା । ମୋରିସ କଏନ୍ ନାମକ କଏନ ପାଇଁ ୩ ବର୍ଷର ଲକ ଇନ୍ ପିରିୟଡ ରଖାଯାଇଥିଲା । ଏହି କଏନକୁ କୋଏମ୍ବାଟୁର ସ୍ଥିତ ଫ୍ରାଙ୍କ ଏକ୍ସଚେଞ୍ଜରେ ରେଜିଷ୍ଟର କରାଯାଇଥିଲା । ୧୦ଟି ମୋରିସ କଏନର ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଥିଲା । ନିବେଶକ ମାନଙ୍କୁ ଏକ ଇ ୱାଲେଟ ପ୍ରଦାନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଠକେଇ ବୋଲି ସ୍ପଷ୍ଟ ହୋଇଥିଲା । ବିଭିନ୍ନ ବିଦେଶୀ କମ୍ପାନୀକୁ ନିଜର ପାର୍ଟନର ଭାବରେ ଦର୍ଶାଇ କମ୍ପାନୀ ଠକେଇ କରୁଥିଲା । ଏହି ଅର୍ଥକୁ ରିୟଲ ଇଷ୍ଟେଟ୍ ଏବଂ ସିନେମା ନିର୍ମାଣ ଖର୍ଚ୍ଚ କରାଯାଇଥିଲା । ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ ଏହି ଅର୍ଥକୁ ଅନୈତିକ ଉପାୟରେ ଖର୍ଚ୍ଚ କରାଯାଇଥିଲା ।

Get real time updates directly on you device, subscribe now.