fbpx

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ୧୫୦ ଜଣକ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ଅଟକାଇବା ମାମଲାରେ ଫିରୋଜପୁର ପୋଲିସ ନେଥାନା କୁଲଗଢ଼ୀ ରେ ୧୫୦ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୮୩ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ହୁସେନୀୱାଲାରେ ଶହୀଦ ସ୍ମାରକ ଗସ୍ତ ସମୟରେ ଏକ ଫ୍ଲାଏଓଭରରେ ପ୍ରଧାନମନ୍ତ୍ରୀଙ୍କୁ ଅଟକାଇଥିଲେ କିଛି କୃଷକ । ଫଳରେ ପ୍ରାୟ ୨୦ ମିନିଟ ଧରି ଫସି ରହିଥିଲେ ପ୍ରଧାନମନ୍ତ୍ରୀ । ଶେଷରେ ଫେରିବାକୁ ପଡ଼ିଥିଲା ପ୍ରଧାନମନ୍ତ୍ରୀଙ୍କୁ । ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଯେତେବେଳେ ଆକାଶ ପଥରେ ଯିବାର ଥିଲା ସେ ସଡ଼କ ପଥରେ କାହିଁକ ଯାଉଥିଲେ ବୋଳି ପ୍ରଶ୍ନ କରିଛନ୍ତି ସିଦ୍ଧୁ । ସେ କହିଛନ୍ତି ଏହି ପ୍ରସଙ୍ଗରେ ଆଇବି ଏବଂ କେନ୍ଦ୍ରୀୟ ସଂସ୍ଥା ଦାୟୀ ରହିବେ କି? ସେ ଆହୁରି କହିଥିଲେ ରାଲିରେ ବହୁତ କମ ଲୋକ ଥିଲେ । ଏହା ସବୁ ଡ୍ରାମା । ବିଜେବି ପଞ୍ଜାବକୁ ବଦନାମ କରିବାକୁ ଚାହୁଛି ।

Get real time updates directly on you device, subscribe now.