fbpx

କଦଳୀ ଗଛ କଟାକୁ ନେଇ ୨ ପରିବାରର ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୫ ଗୁରୁତର, ୧୧ ଆହତ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମରେ ଏକ ପୋଖରୀ ସୀମାରେ କଦଳୀ ଗଛ କଟାକୁ ନେଇ ବିବାଦରୁ ଗଣ୍ଡଗୋଳ ପରେ ରକ୍ତାକ୍ତ ସଂଘର୍ଷ ହୋଇ ୨ ପରିବାରର ୧୧ ଆହତ ହୋଇ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅବସ୍ଥା ଗୁରୁତର ହେବାରୁ ୫ ଜଣ ଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇିଛି ।

ସୂଚନା ଅନୁସାରେ ଆଇତଳଙ୍ଗ ରେ ଏକ ତୁରନ୍ତ୍ରୀରା ପଞ୍ଚାୟତ ପୋଖରୀକୁ ମହାନ୍ତି ପରିବାର ନିଲାମ ନେଇ ସେଥିରେ ମାଛ ଚାଷ କରୁଥିଲେ ଏବଂ ପୋଖରୀ ସୀମାରେ କିଛି କଦଳୀ ଗଛ ଲଗାଇଥିଲେ । କିନ୍ତୁ ଏବେ ଜେନା ପରିବାର ସେହି ପୋଖରୀ କୁ ନିଲାମ ନେଇ ଥିଲେ ଏବଂ ସେହି ପୋଖରୀ ହୁଡା ରେ କିଛି ଉନ୍ନତ ଧରଣର ଚାଷ କରିବା ପାଇଁ କଦଳୀ ଗଛକୁ କାଟି ସଫା କରିଥିଲେ । ଏହାକୁ ଉପରୋକ୍ତ ମହାନ୍ତି ପରିବାର ବିରୋଧ କରିଥିଲେ ଏବଂ ତାହା ଗଣ୍ଡଗୋଳ ରେ ପରିଣତ ହୋଇ ରକ୍ତାକ୍ତ ସଂଘର୍ଷ ରେ ପରିଣତ ହୋଇଥିଲା । ଆହାତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା, ସୁରେଶ ଜେନା, ଉମିଳା ଜେନା, ପଙ୍କଜ କୁମାର ଜେନା, ବଂଶୀଧର ଦାସ, ବଳରାମ ମହାନ୍ତି, କୈଳାଶ ମହାନ୍ତି, କବିତା ମହାନ୍ତି, ଧନଞ୍ଜୟ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି । ଉଭୟପକ୍ଷ ନିଜ ଗ୍ରାମରେ ମାର୍‌ପିଟ୍‌ ହୋଇ ଆହତ ଅବସ୍ଥାରେ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସି ପୁଣି ବାଲିପାଟଣା ଥାନା ପିସିଆର କର୍ମଚାରୀଙ୍କ ସାମ୍ନାରେ ମାର୍‌ପିଟ୍‌ ହୋଇଥିବାର ସୂଚନା ମିଳିଛି । ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.