fbpx

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ପୋଡ଼ିଗଲା ରୋଷେଇ ଘର ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର

ଉମରକୋଟ ସହର ନିକଟସ୍ଥ ବଡ କୁମାରୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡର୍ ରେ ନିଆଁ ଲାଗିଯିବା ଯୋଗୁ ଅଳ୍ପକେ ଗୋଟିଏ ପରିବାରର ଜିବନ ବଞ୍ଚିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବଡକୁମାରି ଗ୍ରାମର ଶଙ୍କର ଜର୍ଦ।ରଙ୍କ ରୋଷେଇ ଘରେ ସକାଳେ ଘରେ ଗ୍ୟାସ ଚୁଲ।ରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯାହା ଫଳରେ ଉପରେ ଥିବା ଅ।ଜବେଷ୍ଟ ଟିଣ ପୋଡ଼ିଯାଇଥିଲା । ତେବେ ନିଆଁ ଲାଗିବା ମାତ୍ରେ ଶଙ୍କରଙ୍କ ପରିବାର କମ୍ବଳ ଓ ବାଲି ଦ୍ୱାରା ନିଆଁକୁ ଆୟତ କରିବାରେ ସଫଳ ହେଇଥିଲେ। ତେବେ ପରିବାରର ଉପସ୍ଥିତ ବୁଦ୍ଧି ଯୋଗୁ ଲୋକଙ୍କୁ କୌଣସି କ୍ଷୟ କ୍ଷତି ହେଇନି । ଖବର ପାଇଁ ଉମରକୋଟ ଅଗ୍ନି ଶ୍ରମ ବିଭାଗ କର୍ମଚାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଅଗ୍ନିଶମ ବିଭାଗ ପହଂଚିବା ବେଳକୁ ସାହି ପଡିଶା ନିଆଁ ଲିଭାଇ ସାରିଥିଲେ ।

Get real time updates directly on you device, subscribe now.