fbpx

ଅତ୍ୟନ୍ତ ମାରାତ୍ମକ ଉଚ୍ଚ ରକ୍ତଚାପ: ବେଳହୁଁ ହୋଇ ଯାଆନ୍ତୁ ସାବଧାନ

ଆମ ଦୈନଦିନ ଜୀବନରେ ସାଧାରଣତଃ ମାନସିକ ଉତ୍ତେଜନା ହେଉ କିମ୍ବା ଶାରୀରିକ ପରିଶ୍ରମ ସମୟରେ ସ୍ବାଭାବିକ ଭାବେ ରକ୍ତଚାପ ବୃଦ୍ଧିପାଇଥାଏ ।ଯାହାକି ସେହି ପ୍ରତିକୁଳ ଅପସ୍ଥାର ପରିଶେଷରେ ତାହାପୁଣି ପୂର୍ବାବସ୍ଥାକୁ ଫେରିଆସେ ।ଯେଉଁମାନେ ସାଧାରଣତଃ ବ୍ଲଡପ୍ରେସର ରୋଗୀ ସେମାନଙ୍କର ସାଧାରଣତଃ ସବୁସମୟରେ ରକ୍ତଚାପର ପରିମାଣ ବଢିକି ଥାଏ ।ସେମାନେ ସେତିକିରେ ନର୍ମାଲ ଭାବେ ଜୀବନଯାପନ କରିଥାନ୍ତି ଏବଂ ନିଜ ରୋଗ ବିଷୟରେ ଅବଗତ ନଥାନ୍ତି ।ଏହାର କୁପରିଣାମ ହାର୍ଟ ,କିଡିନି୍ ଓ ବ୍ରେନ୍ ଉପରେ ପଡିଥାଏ । ଉଚ୍ଚରକ୍ତଚାପ ଏକ ସାଧାରଣ ରୋଗରେ ପରିଗଣିତ ହେଲାଣି । ଅତି ସହଜରେ ଜଣେ ମଣିଷ କହିଦେଉଛି ମୁଁ ବ୍ଲଡପ୍ରେସର ରୋଗୀ । ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏଥିରେ ବେଶୀ ଆକ୍ରାନ୍ତ ହୋଇଥାନ୍ତି । ସାଧାରଣତ ଆଗରୁ ୪୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଏହା ବେଶୀ ଦେଖାଦେଉଥିଲା ।ମାତ୍ର ଆଜିକାଲିକା ଯୁବପିଢୀମାନେ ଏହି ରୋଗରେ ପୀଡ଼ିତ ହେଲେଣି ।

ଯୁବପିଢ଼ୀ ଏହିରୋଗର ପୀଡ଼ିତ ହେବାର କାରଣ :
@ଜୀବନ ଯୁଦ୍ଧରେ ବା କର୍ମକ୍ଷେତ୍ରରେ ଏବେ ଯେଉଁଭଳି ଭାବରେ ରେସ୍ ଚାଲିଛି ସେହି ରେସ୍ ରେ ଦଉଡିବାକୁ ଯୁବପିଢୀ ଏବେ ସର୍ବୋଚ୍ଚ ସ୍ଥାନରେ ।
@କଥାକଥାରେ ରାଗିଯିବା ,ନିଜକୁ ଜ୍ଞାନ ବୟସ ତର୍ଜମା କୁ ବାଦ୍ ଦେଈ ଉପରକୁ ଉଠିବାର ଦୁଃସାହସ କରିବା ।.
@ଚାକିରିର ପଛରେ ପଡିବା ହେଉ ବା ପ୍ରତିଶୋଧ ପରାୟଣ ମନୋବୃତ୍ତି ପାଇଁ ଏବେ କମ୍ ବୟସର ଯୁବକ ଯୁବତୀ ମାନେ ମଧ୍ୟ ଏହି ରୋଗରେ ପୀଡ଼ିତ ।
–୯୦% ଉଚ୍ଚ ରକ୍ତଚାପର କାରଣ ଜଣାପଡିନାହିଁ ବାକି ୧୦%କାରଣ ଜାଣି ତାହା ଚିକିତ୍ସା କରାଯାଏ ।
-କିଛିକ୍ଷେତ୍ର ରେ ଜନ୍ମଗତ କାରଣ ମଧ୍ୟଥାଏ ଯେମିତିକି ଗର୍ଭ ନିରୋଧ ବଟିକାର ପ୍ରଭାବ ପଡିଥାଏ ।

ଲକ୍ଷଣ:
ବେଳେବେଳେ ରୋଗୀଟି ଗୋଟିଏ ରୋଗର ନିରାକରଣପାଇଁ ଯାଇଥାଏ ସେଠାରେ ବ୍ଲଡପ୍ରେସର ମାପିବା ଦ୍ବାରା ଜଣାପଡିଥାଏ ।
-ଏଥିରେ କୌଣସି ସ୍ପେସିଫିକ୍ ଲକ୍ଷଣ ଦେଖାଦେଇନଥାଏ ଅତ୍ୟଧିକ ବ୍ଲଡପ୍ରେସର ବଢିଗଲେ ମୁଣ୍ଡ ଘୁରେଈ ଯାଏ ।

ଚିକିତ୍ସା:
@ଏହା ଏକ ନିରବ ହତ୍ୟାକାରୀ ବେମା କହିଲେ ଅତ୍ୟୁକ୍ତି ହେବ ନାହିଁ । କୌଣସି ଲକ୍ଷଣ ନଦେଖାଇ ଏହା ଶରୀରର ଅନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ ।
@ମେଦବହୁଳତା ଠାରୁ ଦୂରେଈ ରହିବା । ବେଶୀ ପରିମାଣର ତେଲ ଲହୁଣି ,ଘିଅ ଏବଂ ଚର୍ବି ଥିବା ମାଂସ ନଖାଇବା ଉଚିତ୍ ।
@ଆବଶ୍ୟକ ଅନୁଯାୟୀ ଲୁଣ ଖାଇବା.
@ଅଧିକ ପରିମାଣର ଶାଗ ପନିପରିବା ଓ ସାଲାଡ ଖାଇବା ଉଚିତ୍ ।
@ଅତ୍ୟଧିକ ମଦ ,ଚା’କଫି ଠାରୁ ଦୁରେଈ ରହିବା
@ନିୟମିତ ବ୍ୟାୟାମ କରିବା ଉଚିତ୍
@ନିଜ ଆବେଗ ଉପରେ ନିୟନ୍ତ୍ରଣ ଓ କ୍ରୋଧକୁ ଦମନ କରିବା ଉଚିତ୍
@ସକରାତ୍ମକ ମନୋଭାବ ପୋଷଣ କରିବା ଉଚିତ୍ ।
@ପ୍ରତ୍ୟକ ଖରାପ ସିଚୁଏସନ ବା ପ୍ରତ୍ୟକ ଖରାପ ପରେ ଭଲ କୁ ଜାଣିବାକୁ ସୁଯୋଗ ପାଇଥିବାରୁ ଖରାପ ସମୟକୁ ଏକ ଶିକ୍ଷା ଭାବି ତାକୁ ସ୍ବାଗତ କରିବା ଉଚିତ୍ ।
୪୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନେ ନିୟମିତ ବ୍ଲଡପ୍ରେସର ଚେକ୍ କରନ୍ତୁ !
ଯେଉଁମାନେ ପ୍ରତିଦିନ ବ୍ଲଡପ୍ରେସର ମେଡିସିନ୍ ଖାଉଛନ୍ତି ସେମାନେ ନିୟମିତ ଖାଇବା ଉଚିତ୍ କୌଣସି ଗୋଟିଏ ବି ଦିନ ତାହା ବନ୍ଦ କରିବା ଅନୁଚିତ୍ ।ଯଦି ବ୍ଲଡପ୍ରେସର ନର୍ମାଲ ଅଛି ସେବେବି ଖାଇବା ଉଚିତ୍ । ଯଦି ଲୋ ବ୍ଲଡପ୍ରେସର ରହୁଛି ତେବେ ଯାଇ ଡାକ୍ତର ପରାମର୍ଶ କରି ବନ୍ଦ କରନ୍ତୁ ।

ପରୀକ୍ଷା:
@ଉଚ୍ଚରକ୍ତଚାପ ରୋଗୀ ନିଜର ହାର୍ଟ ପରିକ୍ଷା କରିବା ନିହାତି ଆବଶ୍ୟକ । ECG ECHO TMT ଈତ୍ୟାଦି ପରୀକ୍ଷା କରି ଓୌଷଧ ଖାଇବା ଆବଶ୍ୟକ । ଯେହେତୁ ଏହା ଶରୀରର ଅନ୍ୟଅଙ୍ଗକୁ କ୍ଷତି ପହଞ୍ଚାଏ ତେଣୁ ବ୍ରେନ୍ କିଡିନ୍ ଏସବୁ ପରିକ୍ଷଣ କରିଦେବା ସ୍ବାସ୍ଥ୍ୟପାଇଁ ବହୁତ ଭଲ ।

Get real time updates directly on you device, subscribe now.