fbpx

କରୋନାରୁ ସୁସ୍ଥ ହେବା ପରେ ବୟସ୍କଙ୍କୁ ହୋଇପାରେ ଏହି ଗମ୍ଭୀର ରୋଗ; ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଲଗାତାର ରିସର୍ଚ୍ଚ କରିଚାଲିଛନ୍ତି । ନିକଟରେ ହୋଇଥିବ ରିସର୍ଚ୍ଚରେ ଜଣାପଡିଛି ଯେ, କୋଭିଡ ସଂକ୍ରମିତ ହେବାରୁ ଅଲଜାଇମର ବିକସିତ ହେବା ତୁଳନାରେ ବୟସ୍କ ଲୋକଙ୍କୁ ଏକ ବିଶେଷ ପ୍ରକାରର ମାନସିକ ରୋଗ ହୋଇପାରେ ।

ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ, ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ଓ ଗ୍ରାସମ୍ୟାନ ସ୍କୁଲ ଅଫ୍ ମେଡିସିନର ଏକ ରିସର୍ଚ୍ଚ ଟିମ୍ ଜାଣିବାକୁ ପାଇଛନ୍ତି କି, ଯେଉଁ ବୟସ୍କମାନଙ୍କୁ ପୂର୍ବରୁ କରୋନା ହୋଇଥିଲା ସେମାନେ ଟାକ୍ସିକ୍ ମେଟାବୋଲିକ୍ ଏନସେଫାଲୋପାଥି ବା ଟିଏମଇ ନାମକ ରୋଗରେ ପୀଡିତ ହୋଇପାରନ୍ତି । ଯେଉଁମାନେ କରୋନାରୁ ସୁସ୍ଥ ହୋଇଥିଲେ, ସେମାନଙ୍କ ବ୍ଲଡ ଟେଷ୍ଟ କରିବାରୁ ଜଣାପଡିଲା କି ଅଲଜାଇମର ଲୋକଙ୍କ ତୁଳନାରେ ସେମାନେ ବ୍ରେନ୍ ସମ୍ବନ୍ଧିତ ରୋଗରେ ଅଧିକ ପୀଡ଼ିତ ହୋଇଛନ୍ତି । ଯେଉଁ ରୋଗୀଙ୍କଠାରେ ଟିଏମଇ ଲକ୍ଷଣ ମିଳିଥିଲା, ସେମାନଙ୍କ ମଧ୍ୟରୁ ୬୦% ରୋଗୀଙ୍କଠାରେ ମାନସିକ ସମସ୍ୟା ଦେଖାଦେଇଥିଲା ।

Get real time updates directly on you device, subscribe now.