fbpx

କୋଭିସିଲ୍ଡ-କୋଭାକ୍ସିନକୁ ବଜାରରେ ଉପଲବ୍ଧ କରାଇବା ନେଇ ମଞ୍ଜୁରୀ ପ୍ରଦାନ କରିବାକୁ DCGIକୁ ସୁପାରିଶ କଲେ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ବୁଧବାର ଦିନ ଆଣ୍ଟି-କୋଭିଡ ଟିକା – କୋଭିସିଲ୍ଡ-କୋଭାକ୍ସିନକୁ କିଛି ସର୍ତ୍ତ ଆଧାରରେ ନିୟମିତ ମାର୍କେଟିଂ ପାଇଁ ଅନୁମୋଦନ ପ୍ରଦାନ କରିବାକୁ ସୁପାରିଶ କରିଛି । ସରକାରୀ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି । ବର୍ତ୍ତମାନ ଦେଶରେ ଏହି ଟିକା ଦୁଇଟିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

ଫାର୍ମା କମ୍ପାନୀ-ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ଯଥାକ୍ରମେ ସେମାନଙ୍କ ଆଣ୍ଟି-କୋଭିଡ୍ ଟିକା – କୋଭିସିଲ୍ଡ-କୋଭାକ୍ସିନକୁ ପାଇଁ ନିୟମିତ ମାର୍କେଟିଂ କ୍ଲିୟରାନ୍ସ ମାଗିଥିବା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରେ ଆବେଦନ କରିଥିଲେ । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ (ସରକାରୀ ଏବଂ ନିୟାମକ ବ୍ୟାପାର) ପ୍ରକାଶ କୁମାର ସିଂ ଅକ୍ଟୋବର ୨୫ ରେ DCGI କୁ ଏକ ଆବେଦନ କରିଥିଲେ।

Get real time updates directly on you device, subscribe now.