fbpx

ୟୁପି ନିର୍ବାଚନ ୨୦୨୨: ଯୋଗୀଙ୍କୁ ଟକ୍କର୍ ଦେବେ ଚନ୍ଦ୍ରଶେଖର ଆଜାଦ୍, ଗୋରଖପୁର ସଦର ଆସନରୁ କରିବେ ପ୍ରତିଦ୍ୱନ୍ଦିତା

ଗୋରଖପୁର: ଉତ୍ତରପ୍ରଦେଶ (ୟୁପି ନିର୍ବାଚନ ୨୦୨୨) ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଗୋରଖପୁର ସଦର ଆସନରୁ ଏକ ବଡ଼ ରାଜନୈତିକ ଲଢ଼େଇ ଦେଖିବାକୁ ମିଳେ । ଭୀମ ଆର୍ମିର ପ୍ରତିଷ୍ଠାତା ତଥା ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗୋରଖପୁର ସଦରରୁ ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଆଜାଦ ସମାଜ ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ଆଜାଦଙ୍କୁ ଗୋରଖପୁର ସଦର ଆସନରୁ ପ୍ରାର୍ଥୀ ଭାବରେ ଚୟନ କରାଯାଇଛି (୩୨୨) । ଭୀମ ଆର୍ମିର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦ ଦଳର ଏହି ନିଷ୍ପତ୍ତି ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ଗତ ୫ ବର୍ଷ ଧରି ଲଢ଼ୁଛି ଏବଂ ବର୍ତ୍ତମାନ ବି ଲଢ଼ିବି । ଜୟ ଭୀମ, ଜୟ ମଣ୍ଡଳ, ବହୁଜନ ହିତାୟ, ବହୁଜନ ସୁଖାୟ” ।

ତେବେ ଏହି ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଜେପି ପ୍ରାର୍ଥୀ ଭାବରେ ଲଢ଼ିବାକୁ ଯାଉଛନ୍ତି । ଅଯୋଧ୍ୟା ଏବଂ ମଥୁରାର ଆଲୋଚନା ମଧ୍ୟରେ ବିଜେପି ନିଜର ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାମ ଘୋଷଣା କରାଯାଇଥିଲା । ଏବେ ଦେଖିବାକୁ ବାକି ରହିଲା ଯେ, କଂଗ୍ରେସ, ସପା ଏବଂ ବସପା କାହାକୁ ଟିକେଟ୍ ଦେଉଛନ୍ତି ।

Get real time updates directly on you device, subscribe now.