ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ କରୋନା ପଜିଟିଭ୍ । ସପ୍ତାହେ ଆଇସୋଲେସନରେ ରହିବା ନେଇ ଟ୍ୱିଟରେ ସୂଚନା ଦେଲେ । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଟେଷ୍ଟ କରାଇନେବାକୁ କହିଲେ ।
The Vice President, Shri M. Venkaiah Naidu, who is in Hyderabad, tested COVID positive today. He has decided to remain in self-isolation for a week. He has advised all those who came in contact with him to isolate themselves and get tested.
— Vice President of India (@VPSecretariat) January 23, 2022
ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟାରେ କରୋନାରେ ୩.୩୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତାର ଚତୁର୍ଥ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ୫୨୫ ଜଣକର ମୃତ୍ୟୁ ହୋଇଛି ।