fbpx

ଗୌତମ ଗମ୍ଭୀର କୋଭିଡ୍ ପଜିଟିଭ୍, ଟୁଇଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: ପୂର୍ବ ଭାରତୀୟ କ୍ରିକେଟର୍ ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ମଙ୍ଗଳବାର ଦିନ ଗୌତମ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ଟେଷ୍ଟ୍ କରାଇବାକୁ ଅପିଲ୍ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଯେ, ସ୍ୱଳ୍ପ ଲକ୍ଷଣ ଦେଖାଯିବା ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁ ମାନେ ବି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ୍ କରାଇନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ସୂଚନାଯୋଗ୍ୟ, ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଇଣ୍ଡିଆପ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ରେ ପ୍ରଥମ ଥର ଅଂଶଗ୍ରହଣ କରୁଥିବା ଲଖନଉ ଟିମ୍ ର ନାମ ନିକଟରେ ଘୋଷଣା କରାଯାଇଛି ଓ ଗୌତମ ଏହି ଟିମ୍ ର ମେଣ୍ଟର୍ ରହିଛନ୍ତି । ତେବେ ଲଖନଉ ଟିମ୍ ର ନାମ ଲଖନଉ ସୁପର୍ ଜଏଣ୍ଟସ୍ ରଖାଯାଇଛି । ଏହା ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଟିମ୍ ।

Get real time updates directly on you device, subscribe now.