fbpx

୭୫ ବିମାନ ସହିତ ଡେୟାର ଡେଭିଲ ଶୋ: ସାଧାରଣତନ୍ତ୍ର ଦିବସ ପରେଡରେ ବାୟୁସେନାର କମାଲ, ଦେଖନ୍ତୁ Video

ନୂଆଦିଲ୍ଲୀ: ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମକ୍ରାର ଡେୟାରଡେଭିଲ ଶୋ ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନା ପ୍ରମୁଖ ଉପସ୍ଥିତ ଥିଲେ । ବୁଧବାର ଦିଲ୍ଲୀର ଶୀତୁଆ ସକାଳରେ କିନ୍ତୁ ପ୍ରବଳ ଜୋଶରେ ରହିଥିଲେ ଭାରତୀୟ ବାୟୁସେନା । ରାଜପଥରେ ଉପସ୍ଥିତ ସମସ୍ତଙ୍କୁ ଏକ ଚମକ୍ରାର ପରେଡ ଦେଖିବାକୁ ମିଳିଥିଲା । ବିଗତ ବର୍ଷ ତୁଳନାରେ ଭିଡ ସାମାନ୍ୟ କମ ରହିଥିଲା ମାତ୍ର ପ୍ରଥମ ଥର ପାଇଁ ରାଫେଲ ବିମାନର ଉଡାଣ ସମସ୍ତଙ୍କୁ ଚମକ୍ରାର କରିଥିଲା । ଏହି ଫ୍ଲାଇପାଷ୍ଟରେ ରାଫଲ, ସୁଖୋଇ, ଜାଗୁଆର, ଏମଆଇ-୧୭, ସାରଙ୍ଗ, ଆପାଚେ, ଡାକୋଟା ଭଳି ପୂରୁଣା ଓ ଅତ୍ୟାଧୁନିକ ବିମାନଙ୍କୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ଫ୍ଲାଇପାଷ୍ଟ କାଳରେ କକପିଟ୍‌ର ଭିଡିଓ ଲାଇଭ ପ୍ରଦର୍ଶନ ନିମନ୍ତେ ଦୂରଦର୍ଶନ ସହ ସମନ୍ୱୟ କରାଯାଇଥିବା ରକ୍ଷାମନ୍ତ୍ରାଳୟ କହିଛି।

ଏହା ସହିତ ଚୀନ ସେନା ଦ୍ୱାରା ଅପହୃତ ହୋଇଥିବା ଭାରତୀୟ ଯୁବକଙ୍କୁ ଫେରାଇଥିଲା ଚୀନ୍ । ହଟଲାଇନ ଜରିଆରେ ଭାରତୀୟ ସେନା ଚୀନ ସହିତ ସମ୍ପର୍କ ସ୍ଥାପନ କରିଥିବା ନେଇ କେନ୍ଦ୍ର ମନ୍ତ୍ରୀ କିରେଣ ରିଜିଜ୍ଜୁ ସୂଚନା ଦେଇଛନ୍ତି ।

୧୭ ଜାଗୁଆର ବିମାନକୁ ନେଇ ଅମୃତ ସୃଷ୍ଟି ପ୍ରଦର୍ଶନ କରାଯାଇଥିଲା ।(ଭିଡିଓ)

ଗୋଟିଏ ରାଫେଲ, ଦୁଇଟି ଜାଗୁଆର, ଦୁଇଟି ମିଗ୍-୨୯ ୟୁପିଜି ଏବଂ ଦୁଇଟି ସୁଖୋଇ-୩୦ ଏମଆଇକୁ ନେଇ ବାଜ ଗଠନ ।(ଭିଡିଓ)

୩୦୧ ଆର୍ମି ଆଭିଏସନ ସ୍ପେସିଆଲର କଲୋନେଲ ସୁଦୀପ୍ତୋ ଚାକିଙ୍କ ଦ୍ୱାରା ପ୍ରଦର୍ଶିତ ରୁଦ୍ର । ଏଥିରେ ଦୁଇଟି ଧ୍ରୁବ ଏବଂ ଦୁଇଟି ଏଲଏଚ ରୁଦ୍ର ହେଲିକପ୍ଟର ବ୍ୟବହାର କରାଯାଇଥିଲା ।(ଭିଡିଓ)

୫ଟି ରାଫେଲ ବିମାନକୁ ନେଇ ପ୍ରଦର୍ଶିତ ହେଉଛି ବିନାଶ ।(ଫଟୋ)

ଭାରତୀୟ ବାୟୁସେନାର ୭୫ଟି ଏୟାରକ୍ରାଫ୍ଟକୁ ନେଇ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେ ।(ଫଟୋ)

Get real time updates directly on you device, subscribe now.