fbpx

ବ୍ରୁନଇର ସୁଲତାନଙ୍କ ଝିଅ ରାଜକୁମାରୀ ଫଡ଼ଜିଲ୍ଲାହଙ୍କ ସରିଲା ୭-ଦିବସୀୟ ବିବାହ ଉତ୍ସବ, ଖର୍ଚ୍ଚ ୧୨୬ କୋଟି, ହୀରାରେ ଟିଆରା ପିନ୍ଧିଥିବା ଆସିଲେ ନଜର

ନୂଆଦିଲ୍ଲୀ: ବ୍ରୁନଇର ସୁଲତାନଙ୍କ ଝିଅ ରାଜକୁମାରୀ ଫଦଜିଲ୍ଲାହଙ୍କ ୭ ଦିନିଆ ବିବାହ ଉତ୍ସବ ଶେଷ ହୋଇଛି । ରାଜକୁମାରୀ ଫଦଜିଲ୍ଲାହ ଲୁବାବୁଲ୍ ଜାନୁଆରୀ ୧୬ ତାରିଖରେ ଏକ ସପ୍ତାହବ୍ୟପୀ ବିବାହ କରିଛନ୍ତି । ସୁଲତାନ୍ ହସନଲ୍ ବୋଲ୍କିଆ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ଫୋର୍ବସ୍ ଅନୁସାରେ, ତାର ସମ୍ପତ୍ତିର ମୁଲ୍ୟ ୨୦ ବିଲିୟନ୍ ଡଲାର୍ ରୁ ଅଧିକ ।

ସୁଲତାନ୍ ଙ୍କର ୧୨ଟି ସନ୍ତାନ ଥିବା ବେଳେ ତାଙ୍କର ନବମ ରାଜକୁମାରୀ ଫଡ଼ଜିଲ୍ଲାହଙ୍କୁ ସ୍ଫୋର୍ଟି ପ୍ରିନ୍ସେସ୍ ବୋଲି ଜଣାଯାଇଥାଏ । ସେ ନିଜର ପାଳିତା ମାଙ୍କ ଶାହୀ ସଂଗ୍ରହରୁ ଉଦ୍ଦାର ନେଇଥିବା ଗହଣା ପିନ୍ଧିଥିଲେ । ନବମ ରାଜକୁମାରୀ ଫଡ଼ଜିଲ୍ଲାହ ୭ ଦିନ ଧରି ଜାରି ରହିଥିବା ଏହି ବିବାହ ଉତ୍ସବରେ ଅବ୍ଦୁଲା ଅଲ-ହାଶମୀଙ୍କୁ ବିବାହ କରିଛନ୍ତି ।

ତେବେ ୩୬ ବର୍ଷୀୟ ରାଜକୁମାରୀ ଫଡ଼ଜିଲ୍ଲାହ ସୁଲତାନଙ୍କ ଦ୍ୱିତୀୟ ପତ୍ନୀ ହଜାର ମରିୟମଙ୍କ ଝିଅ । ହଜାର ମରିୟମ୍ ଙ୍କୁ ସେ ୨୦୦୩ ମସିହାରେ ଛାତପତ୍ର ଦେଇଥିଲେ । ହଜାର ମରିୟମ ଓ ସୁଲତାନଙ୍କ ୪ଟି ସନ୍ତାନ ରହିଛନ୍ତି । ସେଥିମଧ୍ୟରେ ୩୦ ବର୍ଷିୟ ପ୍ରିନ୍ସ ମତୀନ ମଧ୍ୟ ସାମିଲ ରହିଛନ୍ତି । ଯିଏକି ଜଣେ ଇନଷ୍ଟାଗ୍ରାମ ଷ୍ଟାର୍ । ପ୍ରିନ୍ସ ମତୀନ ନିଜର ବଡ଼ ଭଉଣୀଙ୍କୁ ବିବାହର ଅଭିନନ୍ଦନ ଜଣାଇ ବିବାହ ଉତ୍ସବର କିଛି ଫଟୋ ପୋଷ୍ଟ୍ କରିଛନ୍ତି ।

 

View this post on Instagram

 

A post shared by Mateen (@tmski)

Get real time updates directly on you device, subscribe now.