fbpx

୨ ହଜାର କୋଟିର IPO ଲଞ୍ଚ କରିବ Boat: ଡ୍ରାଫ୍ଟ ଫାଇଲ କଲା କମ୍ପାନୀ

ନୂଆଦିଲ୍ଳୀ: ୨ହଜାର କୋଟିର ଆଇପିଓ ଲଞ୍ଚ କରିବ ବୋଟ୍ । ୱାରବର୍ଗ ପିନକସ ବ୍ୟାକ୍ କରୁଥିବା ଅମନ ଗୁପ୍ତାଙ୍କ କମ୍ପାନୀ ବୋଟ୍ ଆସନ୍ତା କିଛି ଦିନ ମଧ୍ୟରେ ନିଜର ଆଇପିଓ ଲଞ୍ଚ କରିବାକୁ ଯାଉଛି । ଡ୍ରାଫ୍ଟ ରେଡ ହେରିଙ୍ଗ ପ୍ରସ୍ପେକ୍ଟସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୋଟ ପ୍ରାୟ ୨ ହଜାର କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଛି । ଏହି ଆଇପିଓରେ ୯୦୦ କୋଟିର ଇକ୍ୱିଟି ଶେୟାର ରହୁଥିବା ବେଳେ ୧୧୦୦ କୋଟିର ଅଫର ଫର ସେଲ ଅନ୍ତର୍ଭୁକ୍ତ କରାଯିବ ।

ଏହା ସହିତ ସେବି ଗାଇଡ ଲାଇନ ଅନୁଯାୟୀ ଆଙ୍କର ଇନଭେଷ୍ଟରଙ୍କୁ ମଧ୍ୟ ସୁଯୋଗ ପ୍ରଦାନ କରାଯିବ । ଏହି ନିବେଶ ସଂଗ୍ରହରୁ ୭୦୦ କୋଟି ଟଙ୍କା ଋଣ ପରିଶୋଧରେ ଖର୍ଚ୍ଚ କରାଯିବ । ପୂର୍ବରୁ କରାଯାଇଥିବା ଆକଳନ ଅନୁଯାୟୀ କମ୍ପାନୀ ପକ୍ଷରୁ ପ୍ରାୟ ୭୩୫ କୋଟି ଟଙ୍କାର ଫଣ୍ଡିଂ କରାଯାଇଥିବା ଜଣାପଡିଥିଲା । ବର୍ତ୍ତମାନ ସୁଦ୍ଧା କମ୍ପାନୀ ପ୍ରାୟ ୧୧୬ ମିଲିୟନର ଫଣ୍ଡିଂ ହାସଲ କରି ସାରିଛି । ବୋଟ ବର୍ତ୍ତମାନ ଇୟର ଫୋନ ଏବଂ ଅନ୍ୟାନ୍ୟ ଲାଇଫ ଟାଇମ୍ ଆସେସୋରିଜ୍ ମାମଲାରେ ଦେଶର ଏକ ନମ୍ବର କମ୍ପାନୀ ରହିଛି ।

Get real time updates directly on you device, subscribe now.