fbpx

ରାଜ୍ୟ କ୍ୟାବିନେଟ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ସେହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ପ୍ରସ୍ତାବ ଉପରେ ମୋହର ଲାଗିଛି । ଯେମିତିକି କରୋନା ପାଇଁ ୨୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ମିଳିଥିବା ସୂଚନା ମିଳିଛି । କ୍ୟାବିନେଟ ବୈଠକରେ ୨ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ଏହାସହ ଗୃହରେ ଆଜି ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ।
କରୋନା ପାଇଁ ଅଧାରୁ ବନ୍ଦ ହେବ ବିଧାନସଭା ବଜେଟ ଅଧିବେଶନ । କିଛି ସମୟ ପରେ ଏନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମାସ୍କ, ପେପର ସପ୍, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୯ଯାଏଁ ଚାଲିବାର ଥିଲା ବିଧାନସଭା ବଜେଟ ଅଧିବେଶନ । କିନ୍ତୁ କରୋନା ପାଇଁ ଅଧାରୁ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.