fbpx

ରାଷ୍ଟ୍ରପତିଙ୍କ ଠାରୁ ଇଚ୍ଛାମୃତ୍ୟୁ ଦାବି କଲେ ୧୨ ଛାତ୍ର, ଜାଣନ୍ତୁ କଣ ରହିଛି ପୂରା ମାମଲା

ନୂଆଦିଲ୍ଲୀ: ଅଧାରୁ ପାଠପଢ଼ା ବନ୍ଦ ହେବାରୁ ଅସନ୍ତୁଷ୍ଟ ହୋଇ ଉତ୍ତର ପ୍ରଦେଶର ଏକ ମେଡିକାଲ୍ କଲେଜ୍ ର ୧୨ ଜଣ ଛାତ୍ର ରାଷ୍ଟପ୍ରତିଙ୍କ ଠାରୁ ଇଚ୍ଛା ମୃତ୍ୟୁ ଦାବି କରିଛନ୍ତି । ଛାତ୍ର ମାନେ ମେଡିକାଲ୍ କଲେଜ୍ ପ୍ରବନ୍ଧନ ଉପରେ ଅଭିଯୋଗ ଆଣିଛନ୍ତି ଯେ, ଏମସିଆଇ ମାନ୍ୟତାକୁ ପ୍ରତ୍ୟାହାର କରିଛନ୍ତି । ତାପରେ ବି ପିଲାମାନଙ୍କୁ ଅନ୍ଧାରରେ ରଖି ପଢ଼ାଉଛନ୍ତି । ଏବେ ସେମାନଙ୍କ ଭବିଷ୍ୟତ ଅନ୍ଧାର୍ ବୋଲି ସେମାନେ କହିଛନ୍ତି ।

ସହରର ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ନିଟ୍ କ୍ୱାଲିଫାଇ କରିବା ପରେ ୨୦୧୬ ରେ ୬୬ ଛାତ୍ରଛାତ୍ରୀ ସହାରନପୁରରେ ଥିବା ଗ୍ଲୋବାଲ୍ ମେଡିକାଲ୍ କଲେଜ୍ ରେ ଏମବିବିଏସ୍ ରେ ଆଡମିଶନ୍ କରିଥିଲେ । ଛାତ୍ର ମାନେ ଦାବି କରିଛନ୍ତି ଯେ, ଆଡମିଶନ୍ ପୂର୍ବରୁ ସେମାନଙ୍କ କାଉନ୍ସିଲିଂ ହୋଇଥିଲା । ତିନି ମାସ ପରେ ଏମସିଆଇ ମାନ୍ୟତା ରଦ୍ଦ କରିଦେଇଥିଲେ । ହେଲେ ଏ ସଂକ୍ରାନ୍ତରେ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ପ୍ରକାର ସୂଚନା ନ ଦିଆଯାଇ ୫ ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ାଉଥିଲେ ।

ଛାତ୍ର ମାନେ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଦ୍ୱାରସ୍ଥ ହେବା ପରେ ବି କୌଣସି ସୁଫଳ ମିଳିଲା ନାହିଁ । ୬୬ ଜଣଙ୍କ ମଧ୍ୟରୁ ୧୨ ଜଣ ଇଚ୍ଛା ମୃତ୍ୟୁ ଦାବି କରିଛନ୍ତି ଓ ଏକ ପତ୍ର ରାଷ୍ଟ୍ରପତ୍ରିଙ୍କ ପାଖକୁ ପଠାଇଛନ୍ତି ।

ଅନ୍ୟପଟେ ଗ୍ଲୋବାଲ୍ ମେଡିକାଲ୍ କଲେଜ୍ ର ଭାଇସ୍ ଚାନ୍ସଲର୍ ଅକିଲ ଅହମଦ୍ କହିଛନ୍ତି ଯେ, ୟୁନିଭର୍ସିଟି ଆଜି ବି ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଚାହୁଁଛି । ସବୁ କିଛି ଠିମ୍ ଚାଲିଥିଲା । ହେଲେ ପିଲାଙ୍କ ଅଭିଯୋଗ ପରେ ମେଡିକାଲ୍ କଲେଜ୍ ର ଏନଓସିକୁ ବାତିଲ କରିଦିଆଯାଇଛି । ପରେ ସେମାନେ କୋର୍ଟର ଦ୍ୱାରସ୍ଥ ବି ହୋଇଥିଲେ କିନ୍ତୁ ରିଟ୍ କୁ ଖାରଜ କରିଦିଆଗଲା । ତେବେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରଙ୍କ ସହିତ ଅଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.