fbpx

ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ଆସିଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ସରକାର । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ନେଇ ଘୋଷଣା କରାଯାଇଛି । ଏସସିଙ୍କ ପାଇଁ ୧୨୨, ଏସସି ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ ରଖାଯାଇଛି । ସେହିପରି ଏସଟିଙ୍କ ପାଇଁ ୪୯ ଓ ଏସଟି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି । ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଥିବା ଘୋଷଣା କରାଯାଇଛି । ତେବେ ଏହା ପୂର୍ବରୁ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ସରକାର ।

Get real time updates directly on you device, subscribe now.