fbpx

Pregnant କରି ଧୋକା ଦେଲା ପ୍ରେମିକ: କମିଶନରେଟ ଅଫିସ ସାମ୍ନାରେ ନ୍ୟାୟ ପାଇଁ ବସିଛି ୟୁପିର ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଥମେ ପ୍ରେମ, ୩ ମାସର ସମ୍ପର୍କ ଆଉ ତା’ପରେ ପ୍ରେମିକା ହୋଇଗଲେ ଗର୍ଭବତୀ । ତେବେ ଆବୋର୍ସନ କରାଇବା ପରେ ଆଉ ଧରାଛୁଆଁ ଦେଉନି ପ୍ରେମିକ । ପ୍ରେମ କରିବା ସମୟରେ ଏବଂ ସମ୍ପର୍କ ରଖିବା ସମୟରେ ଯେତେବେଳେ ଜାତି ବାଧା ସୃଷ୍ଟି କରିନଥିଲା ବର୍ତ୍ତମାନ ଜାତିର ଦ୍ୱାହି ଦେଇ ଦୂରେଇ ଯିବାକୁ ଚେଷ୍ଟା କରୁଛି ପ୍ରେମିକ ।

ଏମ୍ସରେ କାମ କରୁଥିବା ନେହା କୁମାରୀ ଏବଂ ଖଣ୍ଡଗିରିର ବ୍ୟବସାୟୀ ଅଙ୍କିତ ଅଗ୍ରୱାଲଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଟେଲିଗ୍ରାମରୁ ଆରମ୍ଭ ହୋଇଥିବା ସମ୍ପର୍କ ଧୀରେ ଧୀରେ ନିବିଡ ହୋଇଥିଲା । ଏପରିକି ପ୍ରତି ଶନି ଓ ରବିବାର ଉଭୟ ଲିଭ ଇନରେ ରହୁଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀ । ଏହି ସମ୍ପର୍କକୁ ନେଇ ଅଙ୍କିତଙ୍କ ଘର ଲୋକ ମଧ୍ୟ ସବୁ କିଛି ଜାଣିଥିଲେ । ତେବେ ବର୍ତ୍ତମାନ ସେ ମୁସଲମାନ ବୋଲି ବାହାନା କରି ଦୂରେଇ ଯିବାକୁ ଚାହୁଁଛନ୍ତି ଅଙ୍କିତଙ୍କ ପରିବାର । ଏହା ସହିତ ନେହା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଡିଭୋର୍ସ ହେଇ ସାରିଛି । ଡିଭୋର୍ସ ସମ୍ପର୍କରେ ଅଙ୍କିତଙ୍କ ପରିବାର ଜାଣିଥିବା ବେଳେ ବର୍ତ୍ତମାନ ତାଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ଅଭିଯୋଗ ଆଣିଛନ୍ତି ନେହା । ଏହା ସହିତ ପୋଲିସ ତାଙ୍କ ଅଭିଯୋଗ ରଖୁନଥିବା ବେଳେ ସେ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.