fbpx

ଛୁଆକୁ ଜନ୍ମକରି ବାଥରୁମକୁ ଫୋପାଡ଼ି ଦେଲେ ମହିଳା: ଇଏ ମାଆ ନା ରାକ୍ଷସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ, ଏ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ମାଆ । ଜଣକୁ ତା’ ଜୀବନରେ ଧନସମ୍ପତ୍ତି, ଯଶ, ସମ୍ମାନ ସବୁକିଛି ମିଳିପାରେ, ମାତ୍ର ମାଆର ସ୍ଥାନ କେହି ନେଇପାରିବେ ନାହିଁ । ମାଆଟିଏ ତା’ର ଛୁଆର ସମସ୍ତ ଅଳି ଅଝଟ ସହିବା ସହ ଭଲ, ଖରାପ ସବୁଗୁଣକୁ କ୍ଷମା କରିଦିଏ । ଏ ଦୁନିଆରେ ମାଆର ବିକଳ୍ପ ନାହିଁ । ସେଥିପାଇଁ ତ ମାଆ ଯୁଗେ ଯୁଗେ ପୂଜନୀୟା । ତେବେ ଆଜିକାଲିର କଳିଯୁଗରେ ଏହା ଯେମିତି ମିଥ୍ୟା ଭାବେ ପ୍ରମାଣିତ ହୋଇଛି । ଜନ୍ମକଲା ମାଆ ନିଜ ଛୁଆକୁ ରାସ୍ତାକଡ଼ାକୁ ମଧ୍ୟ ଫୋପାଡ଼ିବାକୁ ପଛାଉ ନାହିଁ । ଗୋଟିଏ କି ଦୁଇଟି ନୁହେଁ ଅତୀତରେ ଏଭଳି ଅନେକ ଘଟଣା ଲୋକଲୋଚନାକୁ ଆସିଛି ।

ଆଜି ପୁରୀ ଜିଲ୍ଲାରେ ଏପରି ଏକ ଘଟଣା ଘଟିଯାଇଛି । ଜଣେ ମହିଳା ଛୁଆକୁ ଜନ୍ମକରି ଫେରାର୍ ହୋଇଯାଇଛନ୍ତି । ଜିଲ୍ଲା ମୁଖ୍ୟ ମେଡିକାଲରେ ଜଣେ ମହିଳା ତାଙ୍କର ନବଜାତ କନ୍ୟାକୁ ଛାଡ଼ି ଚାଲିଯାଇଛନ୍ତି । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ୪ର୍ଥ ମହଲାର ବାଥରୁମରେ ଛୁଆକୁ ଛାଡ଼ି ମାଆ ପଳାଇ ଯାଇଥିଲେ । ତେବେ ପରେ ଗୁରୁତର ନବଜାତକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଥିବା ବେଳେ ମହିଳାଙ୍କ ବିଷୟରେ ମେଡିକାଲ କର୍ତ୍ତୃପକ୍ଷ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି ।

Get real time updates directly on you device, subscribe now.