fbpx

(Video) ସାବଧାନ ରୁହନ୍ତୁ, ମେଡିକାଲରେ ମାତିଛନ୍ତି ଛୁଆ ଚୋର: ଟିକା ଦେବା ନାଁରେ ନବଜାତ ଶିଶୁକୁ ଗାଏବ୍ କରିଦେଉଛନ୍ତି ନର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକା ଦେବା ନାଁରେ ଶିଶୁଙ୍କୁ କରାଯାଉଛି ବିକ୍ରି । ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ନର୍ସମାନେ ଏଭଳି ହୀନ କାର୍ଯ୍ୟ କରୁଛନ୍ତି । ଶିଶୁଙ୍କୁ ଟିକା ଦେବା ନାମରେ ଜଣେ ନର୍ସ ଶିଶୁକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ପ୍ରଘଟ ହେବା ପରେ ସିଡିଏମଓଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି ।

ଜଣାପଡ଼ିଛି ଯେ, ଗତ ମାସ ୨୮ ତାରିଖରେ ଇଟାମାଟି ଥାନା ନୋତର ଗାଁର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଘଟଣା ଦିନ ପୂର୍ବାହ୍ନ ମହିଳା ଜଣଙ୍କ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ଟିକା ଦେବା ବାହାନା କରି ଜଣେ ନର୍ସ ଶିଶୁକୁ ନେଇ ଆଉ ଫେରାଇ ନଥିଲେ । ତେବେ ଉକ୍ତ ମହିଳାଙ୍କର ଏକ ଦେଢ଼ବର୍ଷର ପୁଅ ଥିବାବେଳେ ପୁଣି ଏକ ପୁଅ ଜନ୍ମ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବ ବୋଲି ଉକ୍ତ ନର୍ସ ଜଣଙ୍କ ମହିଳାଙ୍କୁ ଭୟ ଦେଖାଇଥିଲେ । ଏହାପରେ ଦମ୍ପତି କାନ୍ଦି କାନ୍ଦି ଘରକୁ ନିରାଶ ହୋଇ ଫେରିଥିବା ବେଳେ ଉକ୍ତ ନର୍ସଙ୍କ ଆଉ ଦେଖା ମିଳିନଥିଲା । ପରେ ଦୁହେଁ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଡାକ୍ତର, ନର୍ସ, ସୁଇପର ଓ ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ସିଡିଏମଓ ।

Get real time updates directly on you device, subscribe now.