fbpx

ହ୍ୱାଟ୍ସଆପ ଆଣୁଛି ନୂଆ ଫିଚର: ୟୁଜର୍ସମାନଙ୍କ ପାଇଁ ଚମତ୍କାର ଫିଚର ଆଣିଲା ଲୋକପ୍ରିୟ ମେସେଜିଂ ଆପ

ନୂଆଦିଲ୍ଲୀ: ଏବେ ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ପାଲଟିଛି ହ୍ୱାଟ୍ସଆପ । ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତିର ନୂଆ ପୁରୁଣା ସ୍ମୃତି ସହିତ ନିଜ ଇମୋସନକୁ ମଧ୍ୟ ହ୍ୱାଟ୍ସଆପ ମାଧ୍ୟମରେ ଶେୟର କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ୀ । ହ୍ୱାଟ୍ସଆପ ମଧ୍ୟ ୟୁଜର୍ସମାନଙ୍କୁ କେବେ ନିରାଶ କରିନି । ଲଗାତାର ନୂଆ ନୂଆ ଫିଚର ଆଣି ୟୁଜର୍ସମାନଙ୍କୁ ଉପହାର ଦେଇଛି ଏହି ଲୋକପ୍ରିୟ ଆପ । ତେବେ ପୁଣି ଏକ ନୂଆ ଫିଚର ସହ ହ୍ୱାଟ୍ସଆପ ୟୁଜର୍ସମାନଙ୍କୁ ନବବର୍ଷର ଭେଟି ଉପହାର ଦେବାକୁ ଯାଉଛି ।

Like Facebook, now you will be able to react to messages on WhatsApp - know  how

ହ୍ୱାଟ୍ସଆପ ଏବେ ଆପଲ ଆଇ ମେସେଜିଂ ରିଆକ୍ସନ ଉପରେ ଟେଷ୍ଟିଂ କରୁଛି । ଖୁବ ଶୀଘ୍ର ଏଭଳି ଏକ ସୁନ୍ଦର ଫିଚର ଦ୍ୱାରା ୟୁଜର୍ସମାନଙ୍କୁ ଚକିତ କରିପାରେ ହ୍ୱାଟ୍ସଆପ । ଏହି ଡେଭଲପମେଣ୍ଟ ଏବେ ଫାଇନାଲ ଫେଜରେ ରହିଥିବା ଏହାର ବିଭିନ୍ନ ସ୍କ୍ରିନସଟରୁ ଜଣାପଡିଛି । ଅନ୍ୟ ମେସେଜିଂ ଆପ ମେସେଞ୍ଜର ଏବଂ ଇନଷ୍ଟଗ୍ରାମ ଇତ୍ୟାଦିରେ ଏହି ଫିଚର୍ସ ଥିବା ବେଳେ ଖୁବ ଶୀଘ୍ର ହ୍ୱାଟ୍ସଆପରେ ମଧ୍ୟ ଏହି ଫିଚର୍ସ ଉପଲବ୍ଧ ହେବ । ଏହି ଫିଚର ଏକ ମେସେଜ ଟ୍ୟାପ ଯାହାକୁ ହୋଲ୍ଡ କରିବାକୁ ଅନୁମତି ମିଳିଥାଏ । ନିର୍ଦ୍ଦିଷ୍ଟ ଇମୋଜିକୁ ସିଲେକ୍ଟ କରି ଏହାର ପ୍ରତିକ୍ରିୟା ଦେଇଥାଏ ଏହି ଫିଚର ।

Get real time updates directly on you device, subscribe now.