fbpx

Xiaomi ୟୁଜର୍ସଙ୍କ ପାଇଁ ଖୁସିଖବର, ଏହି ସ୍ମାର୍ଟଫୋନକୁ ମିଳିବ MIUI 13  ଅପଡେଟ୍, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଲଞ୍ଚ ହେବ Xiaomi ର ନୂଆ ୟୁଜର ଇଣ୍ଟରଫେସ୍ MIUI 13 । ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଖୁବଶୀଘ୍ର ଏହି ନୂଆ ଅପଡେଟ୍ Redmi ୟୁଜର୍ସଙ୍କୁ ମିଳିବା ଆରମ୍ଭ ହେବ । ଏହାକୁ ଗତ ବର୍ଷ ଶେଷରେ ଚାଇନାରେ ଲଞ୍ଚ କରାଯାଇଥିଲା ।

MIUI 13 ରେ ୟୁଜର୍ସଙ୍କୁ ଅପ୍ଟିମାଇଜ ଫାଇଲ ଷ୍ଟୋରେଜ ସିଷ୍ଟମ, RAM ଅପ୍ଟିମାଇଜେସନ ଇଞ୍ଜିନ, ୧୦ ପ୍ରତିଶତ ଅଧିକ ବ୍ୟାଟେରୀ ଲାଇଫ ସହ ଅନେକ ଫିଚର ମିଳିବ । କୁହାଯାଉଛି ଏମଆଇୟୁଆଇ ୧୩ ଅପଡେଟରେ ଅନେକ ନୂଆ ପ୍ରାଇଭେସୀ ଫିଚର୍ସ ଯୋଡ଼ିଛି । ଏହା ସହ ନୂଆ ୟୁଆଇ ୟୁଜର୍ସଙ୍କୁ ଅଧିକ ଭଲ ପରଫରମାନ୍ସ, ନୂଆ ସିଷ୍ଟମ ଫଣ୍ଟ, ୱାଲପେପର ସହ ଅନେକ ଜିନିଷ ଦେଖିବାକୁ ମିଳିବ ।

ଏମଆଇୟୁଆଇ ୧୩ ସାଓମିର ଆଣ୍ଡ୍ରଏଡ୍ ଦ୍ୱାରା ପରିଚାଳିତ ଲେଟେଷ୍ଟ ୟୁଆଇ ଅଟେ । ଏହା କେବେଠାରୁ ଭାରତୀୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ସେନେଇ ମଧ୍ୟ ଘୋଷଣା କରାଯାଇଛି । ଟ୍ୱିଟରରେ ଶେୟାର କରାଯାଇଥିବା ତଥ୍ୟ ଅନୁଯାୟୀ ୟୁଜର୍ସଙ୍କୁ ଚଳିତ ବର୍ଷ ପ୍ରଥମ ତ୍ରୈମାସିକରେ ଏହି ଅପଡେଟ୍ ମିଳିବା ଆରମ୍ଭ ହେବ । ତେବେ ଆରମ୍ଭରୁ ଏହା କେବଳ ଅଳ୍ପ କେତେକ ଡିଭାଇସ ପାଇଁ ଅପଡେଟ ଜାରି କରାଯାଉଛି । ସେଥିମଧ୍ୟରେ ରହିଛି…

Mi 11 Ultra

Mi 11X Pro

Xiaomi 11T Pro

Mi 11X

Xiaomi 11 Lite NE 5G

Mi 11 Lite

Redmi Note 10 Pro Max

Redmi Note 10 Pro

Redmi Note 10

Redmi 10 Prime

ଯଦି ଆପଣ ଏଥି ମଧ୍ୟରୁ କୌଣସି ମଡେଲର ବ୍ୟବହାର କରୁଛନ୍ତି, ତା’ହେଲେ ଖୁବଶୀଘ୍ର ଆପଣଙ୍କୁ ଏମଆଇୟୁଆଇ ୧୩ ର ନୂଆ ଅପଡେଟ ମିଳିଯିବ । ତେବେ ଯେଉଁ ୟୁଜର୍ସଙ୍କ ସ୍ମାର୍ଟଫୋନ ନାଁ ଲିଷ୍ଟରେ ନାହିଁ ସେମାନଙ୍କୁ ଚିନ୍ତିତ ହେବାର କାରଣ ନାହିଁ । କାରଣ ଧୀରେ ଧୀରେ ଅନ୍ୟ ଡିଭାଇସକୁ ମଧ୍ୟ ଅପଡେଟ ମିଳିବ ।

Get real time updates directly on you device, subscribe now.