fbpx

ପ୍ରଥମ ଦିନିକିଆରେ ଏହି ଷ୍ଟାର ଖେଳାଳି କରିବେ ଓପନ: ରାତାରାତି ଦଳରେ ଦମଦାର ଖେଳାଳିଙ୍କ ହେଲା ଏଣ୍ଟ୍ରି

ମୁମ୍ବାଇ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା କାଲି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ । ସିରିଜର ଠିକ ପୂର୍ବରୁ କରୋନା ମାଡରେ ଘାଇଲା ହୋଇଥିବା ଟିମ ଇଣ୍ଡିଆ ଏବେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି । ତେଣୁ ଆସନ୍ତାକାଲି ମ୍ୟାଚ ପୂର୍ବରୁ ଘେଷଣା କରିଛି ନୂଆ ଟିମ । ଶିଖର ଧୱନ, ଋତୁରାଜ ଗାଏକ୍ୱାଡ ଏବଂ କେ.ଏଲ ରାହୁଲଙ୍କ ଅନୁପସ୍ଥିତିରେ ଦଳର ଓପନିଙ୍ଗ ଦାୟିତ୍ୱ ୟଙ୍ଗଷ୍ଟାର ଇଶାନ କିଶାନଙ୍କୁ ଦିଆଯାଇଛି । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରିବାର ସୁଯୋଗ ପାଇବେ ଇଶାନ । ତେବେ ଇଶାନଙ୍କ ବ୍ୟତୀତ ରାତାରାତି ଆଉ ଜଣେ ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରିଛି ଟିମ ଇଣ୍ଡିଆ ।

ତାମିଲନାଡୁର ଷ୍ଟାର ଖେଳାଳି ଶାହରୁଖ ଖାନଙ୍କୁ ବିସିସିଆଇ ତରଫରୁ ମିଳିଛି ଡେବ୍ୟୁ କଲ୍ । ଡେଥ ଓଭରରେ ଦ୍ରୁତ ଗତିରେ ରନ ବନାଇବାର କ୍ଷମତର ରଖୁଥିବା ଏହି ଖେଳାଳି ଦଳରେ ମଧ୍ୟକ୍ରମକୁ ଶକ୍ତିଶାଳୀ କରିରେ ବୋଲି ଆଶା ରହିଛି । କରୋନା ପାଇଁ ଧୱନ ଏବଂ ଋତୁରାଜ ମ୍ୟାଚ ଖେଳି ପାରିବେ ନଥିବା ବେଳେ ମୟଙ୍କ ଅଗ୍ରୱାଲ ଏବେ କ୍ୱାରାଣ୍ଟାଇନରେ ରହିଛନ୍ତି । ସେହିପରି ବ୍ୟକ୍ତିଗତ କାରଣରୁ କେ.ଏଲ ରାହୁଲ ମଧ୍ୟ ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ । ତେଣୁ ରୋହିତ ଶର୍ମା ଏବଂ ଇଶାନ କିଶାନ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ । ଏହାପରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ୱିକେଟ କିପର ଋଷଭ ପନ୍ତଙ୍କ ମଧ୍ୟକ୍ରମରେ ଖେଳିବେ । ଏହା ସହିତ ଦୀପକ ହୁଡ୍ଡା କିମ୍ବା ଶାହରୁଖ ଖାନଙ୍କୁ ମିଳିପାରେ ଫିନିସରର ଦାୟିତ୍ୱ ।

ଭାରତୀୟ ଦଳ:
ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ଦୀପକ ହୁଡ୍ଡା, ଶାହରୁଖ ଖାନ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ରବି ବିଷ୍ନୋଇ, ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ ।

Get real time updates directly on you device, subscribe now.