fbpx

ବର ଛପାଇଲେ ଏପରି ବିବାହ କାର୍ଡ, ସବୁଠି ହେଉଛି ଚର୍ଚ୍ଚା; ଆପଣ ବି କହିବେ ବାଃ ବାଃ

ନୂଆଦିଲ୍ଲୀ: ବର୍ତ୍ତମାନ ବିବାହ ଋତୁ ଚାଲିଛି । ତାରକାଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏମିତିରେ କହିବାକୁ ଗଲେ ବିବାହ ନିମନ୍ତ୍ରଣ ପାଇଁ କାର୍ଡ ଛପାଯାଇଥାଏ । ହେଲେ କିଛି ବିବାହ କାର୍ଡ ଏପରି ରହିଛି ଯାହା ଧ୍ୟାନ ଆକର୍ଷଣ କରିଥାଏ । ଲୋକମାନେ ନିଜର କ୍ରିଏଟିଭିଟି ଦେଖାଇବାକୁ ଏପରି କିଛି ଡିଜାଇନ୍ କରନ୍ତି ଯାହା ଚର୍ଚ୍ଚା ସାଉଁଟିଥାଏ । ଏହିଭଳି ଏକ ଖବର ସାମନାକୁ ଆସିଛି । ଆପଣ ମାନେ ଉକ୍ତ ବିବାହ କାର୍ଡକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଛତିଶଗଡ଼ର ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ଆଧାର କାର୍ଡ ଷ୍ଟାଇଲ୍ ରେ କାର୍ଡ ଛପାଇଛନ୍ତି । ଏହା ଖୁବ୍ ୟୁନିକ୍ ଲାଗୁଛି ।

ଛତିଶଗଡ଼ର ୟଶପୁର ଜିଲ୍ଲାରେ ରହୁଥିବା ଏହି ବ୍ୟକ୍ତି ନିଜ ବିବାହ କାର୍ଡ କୁ ଏକଦମ୍ ଆଧାର କାର୍ଡ ପରି ଛପାଇଛି । ଏଥିରେ ବିବାହ ସହ ଜଡ଼ିତ ତଥ୍ୟ ଲେଖାଯାଇଛି କିନ୍ତୁ ଆଧାର କାର୍ଡ ପ୍ୟାଟର୍ଣ୍ଣରେ । କାର୍ଡରେ ଆଧାର କାର୍ଡ ନମ୍ବର ସ୍ଥାନରେ ବିବାହ କାର୍ଡ ଛପାଯାଇଛି । ଖାଲସ ସେତିକି ନୁହେଁ ବାର୍ କୋର୍ଡ ମଧ୍ୟ ଦେଇଛି । ସୋସିଆଲ୍ କିଡିଆରେ ଏହା ଏବେ ଖୁବ୍ ଭାଇରାଲ୍ ହେଉଛି । ସବୁଠି ଏବେ ଏହା ଚର୍ଚ୍ଚା ବିଷୟ ହୋଇଛି ।

 

Get real time updates directly on you device, subscribe now.