fbpx

ଭାରତର ୧୦୦୦ ତମ ଦିନିକିଆ ମୁକାବିଲା: ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ନୂଆଦିଲ୍ଳୀ: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଭାରତ ନିଜର ୧୦୦୦ତମ ମୁକାବିଲା ଖେଳିଥିଲା । ୬ ୱିକେଟରେ ଏହି ମ୍ୟାଚକୁ ଜିତି ନେବା ସହିତ ଭାରତ ବର୍ତ୍ତମାନ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ୬୦ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ମାତ୍ର ୮ ରନ କରି ଆଉଟ ହୋଇଥିଲେ । ତେବେ ଏହି ଇନିଂସରେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ ବିରାଟ ।

ଗୋଟିଏ ଦେଶରେ ୫ ହଜାର ରନ ସଂଗ୍ରହ କରିବାର ଏଲିଟ୍ ଲିଷ୍ଟରେ ସାମିଲ ହୋଇଛନ୍ତି ବିରାଟ । ବିଶ୍ୱର ଚତୁର୍ଥ ଖେଳାଳି ତଥା ଦ୍ୱିତୀୟ ଭାବରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ, ସାଉଥ ଆଫ୍ରିକାର ଜ୍ୟାକ କାଲିସ୍, ସଚିନ ତେନ୍ଦୁଲକର ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ପଣ୍ଟିଂ ଅଷ୍ଟ୍ରେଲିଆ ମାଟିରେ ୫୫୨୧ ରନ କରିଥିବା ବେଳେ ସାଉଥ୍ ଆଫ୍ରିକାରେ ୫୧୮୬ ରନ କରିଛନ୍ତି ଜ୍ୟାକ କାଲିସ୍ । ସଚିନ୍ ଭାରତରେ ୬୯୭୬ ରନ୍ ସଂଗ୍ରହ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ୨୦୦୭ରେ ସଚିନ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ୫ ହଜାର ରନ ପୂରଣ କରିଥିଲେ । ତେବେ ସଚିନ୍ ୧୨୧ ଇନିଂସରେ ୫ ହଜାର ରନ କରିଥିବା ବେଳେ କୋହଲି ମାତ୍ର ୯୬ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.