fbpx

କୂଅରେ ଫସିଥିବା ଶିଶୁର ମୃତ୍ୟୁ ପରେ ହିରୋ ବନିଗଲେ ବ୍ୟକ୍ତି: ବଞ୍ଚାଇବା ପାଇଁ ୩ ଦିନ ଧରି ହାତରେ ଖୋଳୁଥିଲେ ମାଟି!

ଦୁନିଆରେ ବହୁତ ଲୋକ ଅଛନ୍ତି ଯାହାଙ୍କୁ ଅନ୍ୟମାନଙ୍କ କଷ୍ଟ ଉପରେ ଫରକ ପଡ଼ିନଥାଏ । ବହୁତ ଲୋକଙ୍କୁ ଏହା ତିଳେମାତ୍ର ଖାତିର ପଡ଼ିନଥାଏ କାହାର କଷ୍ଟ । କିନ୍ତୁ ଏବେ ଏମିତି ଜଣେ ବ୍ୟକ୍ତି ମରକ୍କୋରେ ଛୋଟ ପିଲାକୁ ବଞ୍ଚାଇବାକୁ ଯାଇ ବହୁତ କଷ୍ଟ ଭୋଗିଛନ୍ତି । ଯଦିଓ ପିଲାଟିକୁ ବଞ୍ଚାଇଯାପାରିନଥିଲା, କିନ୍ତୁ ବ୍ୟକ୍ତି ଜଣକ ଚର୍ଚ୍ଚାକୁ ଆସିଥିଲେ ।

ବର୍ତ୍ତମାନ ମରକ୍କୋରେ ଏକ ୫ ବର୍ଷର ଶିଶୁର ମୃତ୍ୟୁ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଶେଫଜାଓନ ରେ ଇଘରାନ ଗ୍ରାମରେ ଏକ ୫ ବର୍ଷର ଶିଶୁ ଖେଳୁଥିବା ସମୟରେ ୧୦୦ ଫୁଟ୍ କୂଅରେ ପଡ଼ିଯାଇଥିଲା । ଶିଶୁଟିକୁ ବଞ୍ଚାଇବାକୁ ୫ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ତାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିନଥିଲା । ହେଲେ ଏହାରି ମଧ୍ୟରେ ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ସୋସିଆଲ ମିଡିଆରେ ଭାଇରାଲ ହିରୋ ହୋଇଯାଇଥିଲେ ।

ବ୍ଓା ସାହରୋଇ ନାମକ ଜଣେ ବ୍ୟକ୍ତି ଉଦ୍ଧାରକାରୀ ଦଳ ସହ ସାମିଲ ଥିଲେ । ତାଙ୍କ ଦ୍ୱାରା ଶିଶୁର ବାପା-ମା’ଙ୍କ କଷ୍ଟ ଦେଖିପାରିନଥିଲେ । ଶିଶୁଟିକୁ ବଞ୍ଚାଇବାକୁ କରିଥିଲେ ଆପ୍ରାଣ ଉଦ୍ୟମ । ଆଉ ଜେସିବି ମେସିନ୍ ସାହାଯ୍ୟରେ ଖୋଳାଯିବାପରେ ଲୋକମାନେ ଅଲଗା ଅଲଗା ଅସ୍ତ୍ରରେ ଗାତ ଖୋଳିବାକୁ ଲାଗିଥିଲେ କିନ୍ତୁ ବ୍ଓା ସାହରୋଇ ହାତରେ ମାଟି ଖୋଲିବାକୁ ଲାଗିଥିଲେ । ଏପରିକି ସେ ତିନି ଦିନ ଧରି ହାତରେ ମାଟି ଖୋଳିଥିଲେ । ତାଙ୍କର ନିଷ୍ଠା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅବଶ୍ୟ ପିଲାଟିକୁ ବଞ୍ଚାଯାଇପାରିନଥିଲା । ଆଉ ଏବେ ସୋସିଆଲ ମିଡିଆରେ ସେହି ବ୍ୟକ୍ତିଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.