fbpx

‘ହୁ’ ମୁଖ୍ୟଙ୍କ ବଡ଼ ବୟାନ, କହିଲେ ଦଶନ୍ଧି ଧରି ରହିବ ଭାଇରସର ପ୍ରଭାବ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଜାରି ରହିଛି କରୋନା ଭାଇରସର ପ୍ରକୋପ । ଭାଇରସର ବିଭିନ୍ନ ଭାରିଆଣ୍ଟ ବିଷୟରେ ଜାରି ରହିଛି ଗବେଷଣା । ଦିନକୁ ଦିନ ମିଳୁଛି ନୂଆ ନୂଆ ତଥ୍ୟ । ପ୍ରଥମ ଲହର, ଦ୍ୱିତୀୟ ଲହର ଆଉ ଏବେ ଜାରି ରହିଛି ତୃତୀୟ ଲହର । ଅବଶ୍ୟ ତୃତୀୟ ଲହର ଏତେମାତ୍ରାରେ ଭୟଙ୍କର ହୋଇନଥିଲେ ବି ବିପଦକୁ ଏଡ଼ାଇ ଦିଆଯାଇନପାରେ । ଏହାରି ମଧ୍ୟରେ ବିଶ୍ ସ୍ୱାସ୍ଥ୍ୟ ସଂଗଠନ ର ମୁଖ୍ୟ ଡାକ୍ତର ଟେଡ୍ରୋସ୍ ଆଧନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ ସମଗ୍ର ବିଶ୍ୱରେ  ଭାଇରସର ପ୍ରସାର ଗତି ଧୀର ହେବା ପରେ ମଧ୍ୟ କୋଭିଡର ପ୍ରଭାବ ଦଶନ୍ଧି ଧରି ରହିବ ।

‘ହୁ’ ମୁଖ୍ୟ କହିଛନ୍ତି ଯେ କରୋନା ର ପ୍ରଭାବ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ମଧ୍ୟରେ ଅନୁଭୂତ ହେବ ଏବଂ ମହାମାରୀ  । ଭାଇରସ ଯେତେ ଅଧିକ ଦିନ ରହିବ, ଏହାର ପ୍ରଭାବ ଅଧିକ ଖରାପ ହେବ  । ସେ କହିଛନ୍ତି, ” ଆଫ୍ରିକୀୟ ଦେଶଗୁଡିକରେ ହାରାହାରି ଟୀକାକରଣ ହାର ମାତ୍ର ୨୩ ପ୍ରତିଶତ ରହିଛି । ଯେତେବେଳେ କି ଅନେକ ଦେଶରେ ଟିକାକରଣ ହାର ଆହୁରି ଅଧିକ ରହିଛି । ତେଣୁ ଟିକାକରଣରେ ହାରରେ ଅନ୍ତରକୁ କମାଇବା, ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ଏବଂ ଜୀବନ ରକ୍ଷା କରିବା ନୁହେଁ, ବରଂ ଜୀବିକା ରକ୍ଷା ତଥା ଜୀବିକା ରକ୍ଷା ପାଇଁ ‘ହୁ’ର ପ୍ରାଥମିକତା ।

ଏହାପୂର୍ବରୁ ‘ହୁ’ ଚେତାବନୀ ଦେଇଥିଲା ଯେ ଏହି ଭୂତାଣୁ ବିକଶିତ ହେବା ସହିତ ଟିକା ମଧ୍ୟ ବିକଶିତ ହେବା ଆବଶ୍ୟକ ହୋଇପାରେ । ଟେଡ୍ରୋସ କହିଥିଲେ ଯେ ସାର୍ସ-କୋଭ-୨ ଭାରିଆଣ୍ଟ ଟିକା ଦ୍ୱାରା ପ୍ରେରିତ ଆଣ୍ଟିବଡିକୁ ନିଷ୍ପ୍ରଭାବୀ କରିପାରେ ।

Get real time updates directly on you device, subscribe now.