fbpx

Ind vs WI: ଭାରତୀୟ ଦଳରେ ଅଚାନକ ସାମିଲ ହେଲେ ୩ ଘାତକ ଖେଳାଳୀ, ଜାଣନ୍ତୁ ସେମାନ କିଏ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ୱାନ୍ ଡେ’ର ଆଜି ହେଉଛି ଦ୍ୱିତୀୟଦିନ । ପ୍ରଥମ ସିରିଜ୍ ଜିତି ଭାରତ ୧-୦ରେ ଆଗରେ ରହିଛି । ଦ୍ୱିତୀୟ ସିରିଜ୍ ବି ଯଦି ଭାରତ ଜିତିଯାଏ ତାହେଲେ ପୂରା ସିରିଜ୍ ଉପରେ ଭାରତର କବଜା ରହିବ । ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳରେ ୩ ଜଣ ଘାତର ଖେଳାଳୀ ସାମିଲ ହୋଇଛନ୍ତି ।

ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍ ଓ ନଭଦୀପ ସୈନୀ ଭାରତୀୟ ଦଳକୁ ଏଣ୍ଟ୍ରି କରିଛନ୍ତି । ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳିବା ପାଇଁ ଏହି ତିନି ଜଣ ସୋମବାର ଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି । ଏହି ତିନି ଖେଳାଳୀ ଯୋଗ ଦେବା ପରେ ବିସିସିଆଲ ପକ୍ଷରୁ କ୍ରିକେଟର୍ସଙ୍କ ଫଟୋ ଦେଇ ଟୁଇଟ୍ କରି କୁହାଯାଇଛି ଯେ, “ଦେଖ କିଏ ଆସିଛନ୍ତି, ତିନି ଜଣ ଟିମ୍ ରେ ସାମିଲ ହୋଇଛନ୍ତି ଓ ଆଜି ଅଭ୍ୟାସରେ ଜୋରଦାର୍ ଝାଳ ବୁହାଇଛନ୍ତି ।

Get real time updates directly on you device, subscribe now.