fbpx

ଆପଣାନ୍ତୁ ଏହି ସବୁ ଷ୍ଟେପ୍: ଇଣ୍ଟରନେଟରୁ ଆପଣଙ୍କ ଡାଟା କେହିବି ଚୋରି କରିପାରିବେନି

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଦୁନିଆରେ ତଥ୍ୟ ହିଁ ହେଉଛି ସବୁଠାରୁ ବଡ ସମ୍ପତ୍ତି । ଇଣ୍ଟରନେଟରେ ତଥ୍ୟ ଚୋରିର ଭୟ ସର୍ବଦା ରହିଥାଏ । ଏହି ତଥ୍ୟ ଚୋରି କାରଣରୁ ଅନେକ ଲୋକ ଇଣ୍ଟରନେଟ ବ୍ୟବହାର କରିବାକୁ ଡରିଥାନ୍ତି । ଏମିତି ସମୟରେ ସୁରକ୍ଷିତ ଭାବରେ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ଏହି ସମସ୍ତ ଟିପ୍ସ ପାଳନ କରନ୍ତୁ ।
୧. ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡ ଫଟୋ ଉଠାଇ ରଖନ୍ତୁ ନାହିଁ । ଏହା ସହିତ ପାନ୍-ଆଧାର ଲିଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟକୁ ନିଜ ଫୋନ ଗ୍ୟାଲେରୀରେ ରଖନ୍ତୁ ନାହିଁ ।
୨. ପଇସା ପାଇବାର ଥିଲେ କେବେ କ୍ୟୁ ଆର କୋଡ ସ୍କାନ କରନ୍ତୁ ନାହିଁ ।
୩. ଗୁଗୁଲରେ କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତୁ ନାହିଁ ।
୪. ମୋବାଇଲରେ କୌଣସି ପ୍ରକାରର କ୍ୱିକ୍ ସପୋର୍ଟ ବା ଏନି ଡେସ୍କ ଡାଉନଲୋଡ୍ କରନ୍ତୁ ନାହିଁ । ଏହି ଆପର ଅଥୋରାଇଜେସନ କୌଣସି ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ।
୫. ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କାର ସେଭିଙ୍ଗସ୍ ମରଖନ୍ତୁ ନାହିଁ । ଏହାକୁ ଏଫ୍ଡି ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଞ୍ଚୟ କରନ୍ତୁ । ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାକ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ ଆକ୍ଟିଭେଟ୍ କରନ୍ତୁ ।
୬. କୌଣସି ଆର୍ଥିକ ନେଣଦେଣ କିମ୍ବା କେୱାଇସି ସମ୍ପର୍କରେ ଅଜଣା ବ୍ୟକ୍ତିଙ୍କ ସହିତ ଆଲୋଚନା କରନ୍ତୁ ନାହିଁ ।
୭. ଫେସବୁକରେ ସୁନ୍ଦରୀ ମହିଳାଙ୍କ ଫଟୋ ଥିବା ଫେକ ଆକାଉଣ୍ଟର ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରନ୍ତୁ ନାହିଁ ।
୮. ଅଜଣା ଏସଏମଏସ ଏବଂ ହ୍ୱାଟସଆପ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ।
୯. ଓଏଲଏକ୍ସ ବା ଅନ୍ୟ କୌଣସି ସାଇଟରୁ ଜିନିଷ କିଣୁଥିଲେ ବିକ୍ରେତାଙ୍କୁ ସିଧା ଭେଟନ୍ତୁ ।
୧୦. ଅନଲାଇନରେ ଋଣ ନିଅନ୍ତୁ ନାହିଁ ।
୧୧. ଫୋନ୍-ପେ ଏବଂ ଗୁଗୁଲ-ପେ ଥିବା ଫୋନ ଛୋଟ ଛୁଆଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ ।
୧୨. ନିଜ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ଆନ୍ତର୍ଜାତୀୟ ଟ୍ରାଞ୍ଜାକ୍ସନ କ୍ୟାନ୍ସଲ କରେଇ ନିଅନ୍ତୁ ।

Get real time updates directly on you device, subscribe now.