fbpx

ନମ୍ବର ପ୍ଲେଟ୍ ନଥିବା କାରରୁ ମିଳିଲା EVM ମେସିନ୍, ତେଜିଲା ରାଜନୀତି

ଶାମଲି: ଉତ୍ତରପ୍ରଦେଶ କୈରାନାରେ ନମ୍ବର ପ୍ଲେଟ ନଥିବା କାରରୁ ଜବତ ହୋଇଛି ଇଭିଏମ ମେସିନ୍ । କାରରୁ ଇଭିଏମ ମେସିନ୍ ଜବତ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ଏହା ପରେ କୈରାନାରେ ସପାର ପ୍ରାର୍ଥୀ ନାହିଦ ହାସନଙ୍କ ଭଉଣୀ ଇକ୍ର ହାସନ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ତେବେ ଫେବ୍ରୁଆରୀ ୧୦ରେ କୈରାନାରେ ବିଧାନସଭା ପାଇଁ ଭୋଟିଂ ହୋଇଥିଲା ।

ଇଭିଏମ ମେସିନ୍ ଜବତ ହେବା ପରେ ଏସଡିଏମ ସଦର ଓ ସିଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଘଟଣାକୁ ନିଜ କବଜାକୁ ନେବା ସହ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ନାହିଦ ହାସନ ଏବେ ଜେଲରେ ଅଛନ୍ତି । ତାଙ୍କ ଭଉଣୀ ଇକ୍ରା ହାସନ ତାଙ୍କ ପ୍ରଚାରର ଦାୟିତ୍ୱ ସମ୍ଭାଳୁଛନ୍ତି ।

Get real time updates directly on you device, subscribe now.