fbpx

ହିଜାବ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିଲା ଆବେଦନ । ତୁରନ୍ତ ଶୁଣାଣି ଦାବି କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସଠିକ୍ ସମୟରେ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣାଟକରେ କ’ଣ ଘଟୁଛି, ତାହାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଛି । ଏହାକୁ ରାଷ୍ଟ୍ରୀୟ ସ୍ତରୀୟ ପ୍ରସଙ୍ଗ ନକରିବାକୁ ସୁପ୍ରିମକୋର୍ଟ ଓକିଲମାନଙ୍କୁ କହିଛନ୍ତି ।

ତେବେ କର୍ଣ୍ଣାଟକରେ ବିଭିନ୍ନ ପ୍ରାନ୍ତରେ ହିଜାବ ସମର୍ଥନ ଏବଂ ବିରୋଧରେ ବିକ୍ଷୋଭ ତୀବ୍ର ହେବାରେ ଲାଗିଛି । ଅନେକ ସ୍ଥାନରେ ପରିସ୍ଥିତି ହିଂସକ ହେବା ପରେ ରାଜ୍ୟ ସରକାର ସ୍କୁଲ, କଲେଜ କୁ ତିନି ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ଗତ ସପ୍ତାହରେ କର୍ଣ୍ଣାଟକ ସରକାର ରାଜ୍ୟରେ ସ୍କୁଲ ଏବଂ କଲେଜ ତଥା ବିଶ୍ୱବିଦ୍ୟାଳୟରେ ନିର୍ଦ୍ଧାରିତ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ । ଯାହାକୁ ନେଇ ବିବାଦ ଉପୁଜିଛି । ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି ।

Get real time updates directly on you device, subscribe now.