fbpx

ପୌର ନିର୍ବାଚନରେ ରହିବ ‘NOTA’ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘NOTA’ ବ୍ୟବସ୍ଥା । ପ୍ରଥମଥର ପାଇଁ ପୌର ଭୋଟରେ ଲାଗୁ ହେବାକୁ ଯାଉଛି ଏହି ବ୍ୟବସ୍ଥା । ପୂର୍ବରୁ ପୌର ଭୋଟରେ ‘NOTA ବ୍ୟବସ୍ଥା ନଥିଲା । ବିଧାନସଭା ଓ ଲୋକସଭା ଭୋଟରେ ‘NOTA’ ବ୍ୟବସ୍ଥା ରହୁଥିଲା । ‘NOTA’ ବିକଳ୍ପ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, ଇଭିଏମ ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହେଁ ଲେଖା ରହିବ । କୌଣସି ପ୍ରାର୍ଥୀ ପସନ୍ଦ ନଥିଲେ ‘NOTA’ ଚୟନ କରିପାରିବେ ଭୋଟର ।

Get real time updates directly on you device, subscribe now.